୧୮ ସାଂସଦଙ୍କୁ ନେଇ ଅଯୋଧ୍ୟା ପହଂଚିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ
Khabar Odisha:Politics-Uddhav-Thackeray-18-Shiv-Sena-MPs-to-visit-Ayodhya-today

ଅଯୋଧ୍ୟା, ଜୁନ ୧୬ (ଖବର ଓଡ଼ିଶା): ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ଉତ୍ତର ପ୍ରଦେଶର ଅଯୋଧ୍ୟା ପହଂଚିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଦ୍ଧବଙ୍କ ସହିତ ଶିବସେନାର ୧୮ ଜଣ ସାଂସଦ ଅଛନ୍ତ ବୋଲି ଦଳୀୟ ସାଂସଦ ସଂଜୟ ରାଉତ ସ୍ପଷ୍ଟ କରିଛନ୍ତି । ଏମାନେ ସମସ୍ତେ ଭଗବାନ ରାମଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ପୂରା ଟିମ ମୁମ୍ବାଇରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଅଯୋଧ୍ୟା ଆସିଛନ୍ତି । 

ରାଉତ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାଜନୀତିରେ ପ୍ରସଙ୍ଗ ନୁହେଁ କିନ୍ତୁ ଏହା ଧାର୍ମିକ ବିଶ୍ୱାସ ଓ ଆସ୍ଥା । ଆମେ ରାମ ମନ୍ଦିର ନାଁରେ କେବେ ଭୋଟ ମାଗି ନାହିଁ କି ଏଭଳି କାମ କରିବୁ ନାହିଁ । ରାଉତ କହିଛନ୍ତି, ପୂର୍ବରୁ ଠାକରେ ଅଯୋଧ୍ୟା ଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଧାରରେ ସେ ନିଜର ପ୍ରତିଶ୍ରୁତିକୁ ରକ୍ଷା କରି ଅଯୋଧ୍ୟା ଗସ୍ତ କରୁଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବସେନା ସାଂସଦ ମାନେ ମୁମ୍ବାଇ ଫେରିଆସିବେ । ଠାକରେଙ୍କ ଗସ୍ତ ନେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ୱାଗତ ପାଇଁ ପ୍ରସ୍ତୁତ ଅଛି । 

 

  • Tags:

Subscribe

National International State Sports Entertainment