ବିବାହ ସମାରୋହରେ ଓୱେସୀଙ୍କୁ ଭେଟିଲେ ଶିବପାଳ ଯାଦବ, ମିଶନ ୨୦୨୨ ଲାଗି କଲେ ଚର୍ଚ୍ଚା!
Khabar Odisha:Politics-Uttar-Pradesh-mission-2022-Shivpal-Yadav-met-Asaduddin-Owaisi-at-wedding-ceremony

ଆଜମଗଡ଼, ଫେବୃଆରୀ ୨୧ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ବିବାହ ସମାରୋହରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିୟା)ର ସଭାପତି ଶିବପାଳ ସିଂହ ଯାଦବ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲମୀନ (ଏଆଇଏଆଇଏମ)ର ସଭାପତି ଅସୁଦୁଦ୍ଦୀନ ଓୱେସୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଆଲୋଚନା ହୋଇଥିଲା । 

ଏହି ଦୁଇ ନେତାଙ୍କ ସାକ୍ଷାତ ଉତ୍ତର ପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେଉଥିବା ନୂତନ ମେଣ୍ଟକୁ ଆଖି ଆଗରେ ରଖି ହୋଇଥିବା କୁହାଯାଉଛି । ଓୱେସୀ ଓ ଶିବପାଳ ଯାଦବ ଏଆଇଏମଆଇଏମର ରାଜ୍ୟ ସଭାପତି ଶୌକତ ଅଲୀଙ୍କ ଝିଅଙ୍କ ବିବାହ ସମାରୋହରେ ସାମିଲ ହେବା ଲାଗି ଶନିବାର ସନ୍ଧ୍ୟରେ ପହଂଚିଥିଲେ । 

 

  • Tags:

Subscribe

National International State Sports Entertainment