ପାଟଣା, ଅକ୍ଟୋବର ୦୧ (ଖବର ଓଡ଼ିଶା): ହୋଲି କେବେ? ୧୯୭୫ ମସିହା ଅଗଷ୍ଟ ୧୫ରେ ନିର୍ମିତ ଫିଲ୍ମ ‘ଶୋଲେ’ରେ ଗବର ସିଂହ ନିଜର ସାଥୀମାନଙ୍କୁ ଏହା ପଚାରିଥିଲେ । କିନ୍ତୁ ବିହାର ରାଜନୀତିରେ ଏଭଳି ଚର୍ଚ୍ଚା ହେଉଛି । ରାଜ୍ୟରେ ରାଜନୈତିକ ଫିଲ୍ମର ଟ୍ରେଲର ଚାଲିଛି । ରାଜ୍ୟରେ ମହାମେଣ୍ଟ ସରକାର ପରିଚାଳିତ ହେଉଛି । ନୀତୀଶ କୁମାରଙ୍କ ନେତୃତ୍ୱରେ ଶାସନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ତେଜସ୍ୱୀ ଯାଦବଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଂକେତିକ ମାଧ୍ୟମରେ ବୟାନ ଦେଇଛନ୍ତି । ଦିଲ୍ଲୀରେ ଲାଲୁଙ୍କ ତରଫରୁ ତେଜସ୍ୱୀଙ୍କୁ ନେଇ ବଡ଼ କଥା କହିଛନ୍ତି । ସେପ୍ଟେମ୍ବର ୨୧ରେ ରାଜଧାନୀ ପାଟଣାରେ ଆରଜେଡିର ରାଜ୍ୟ ପରିଷଦର ବୈଠକ ହୋଇଥିଲା । ବୈଠକରେ ପୂରା ଲାଲୁଙ୍କ ପରିବାର ଉପସ୍ଥିତ ଥିଲେ । ରାଜ୍ୟର କୋଣ-ଅନୁକୋଣରୁ ନେତା ପହଂଚିଥିଲେ । ବୈଠକ ସମୟରେ ପାର୍ଟିର ବରିଷ୍ଠ ନେତା ଶିବନନ୍ଦ ତିୱାରୀ ଛିଡ଼ା ହୋଇ କହିଥିଲେ । ନୀତୀଶ କୁମାର ଆଶ୍ରମ ଖୋଲି ରାଜନୈତିକ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବା କଥା କୁହନ୍ତି । ଏଥି ପାଇଁ ଆମେ ମନେ ପକାଇଦେଉଛୁ ଯେ , ୨୦୨୫ରେ ଆଶ୍ରମ ଖୋଲନ୍ତୁ ଏବଂ ତେଜସ୍ୱୀଙ୍କୁ କରନ୍ତୁ ।
ନୀତୀଶ କୁମାର, ଲାଲୁ ପ୍ରସାଦ ଯାଦବ ଓ ଜଗଦାନନ୍ଦ ସିଂହଙ୍କ ସହିତ ଭାଇ ବୀରେନ୍ଦ୍ର ମଧ୍ୟ ଭବିଷ୍ୟତ ରାଜନୀତି ନେଇ ପ୍ରତିକ୍ରିୟା ଦେଇଛନ୍ତି । ଜେଡିୟୁ ତରଫରୁ ମିଳୁଥିବା ସଂକେତ ଅନୁସାରେ ନୀତୀଶଙ୍କ ନଜର ମିଶନ ୨୦୨୪ । ବିରୋଧୀ ଦଳକୁ ମୁକାବିଲା ପାଇଁ ମହାମେଣ୍ଟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ତେବେ ଏସବୁ ଚର୍ଚ୍ଚା ମଧ୍ୟରେ ହୋଲି ପରେ ତେଜସ୍ୱୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।