ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜି ଉପବାସରେ ରହିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ
Khabar Odisha:Politics-TDP-CM-Naidu-to-hold-day-long-fast-demanding-special-status-for-AP-today

ନୂଆଦିଲ୍ଲୀ, ଫେବୃୟାରୀ ୧୧ (ଖବର ଓଡ଼ିଶା): ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ସୋମବାର ଉପବାସରେ ରହିବେ । ଜାତୀୟ ରାଜଧାନୀସ୍ଥିତ ଆନ୍ଧ୍ର ଭବନରେ ନାଇଡୁଙ୍କ ଏହି ଉପବାସ ପାଳନ ହେଉଛି । ଆନ୍ଦୋଳନ ପାଇଁ ଟିଡିପି ମୁଖ୍ୟ ରବିବାର ଦିଲ୍ଲୀ ପହଂଚି ସାରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନାଇଡୁ ପୂର୍ବାହ୍ନ ୮ଟାରୁ ରାତି ୮ଟା ଯାଏଁ କିଛି ଖାଦ୍ୟ ‘ଧର୍ମ ପୋରତ ଦୀକ୍ଷା’ ପାଳନ କରୁଛନ୍ତି । 

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଏବଂ ସାଂସଦଙ୍କୁ ନେଇ ଏହି ଅନଶନ କରୁଛନ୍ତି । ରିପୋର୍ଟ ଅନୁସାରେ ନାଇଡୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକ ପତ୍ର ଦେବେ । ସୂଚନାଯୋଗ୍ୟ ନାଇଡୁ ପୂର୍ବରୁ ମଧ୍ୟ ଆନ୍ଦୋଳନରେ ବସିଥିଲେ । ସ୍ୱତନ୍ତ୍ର ରାଜ୍ୟ ଦାବି ନେଇ ସେ ୨୦୧୩ ଅକ୍ଟୋବରରେ ଆନ୍ଧ୍ର ଭବନରେ ଆନ୍ଦୋଳନରେ ବସିଥିଲେ । ଅନଶନର ୫ମ ଦିନରେ ନାଇଡୁ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନାଇଡୁ ଜନ୍ମଦିନରେ ୨୦୧୮ ଏପ୍ରିଲ ୨୦ରେ ବିଜୟୱାଡାରେ ଉପାସରେ ରହି ଅନଶନ କରିଥିଲେ । ସୂଚନାଯୋଗ୍ୟ ଗତ ବର୍ଷ ନାଇଡୁ ନିଜକୁ ଏନଡିଏରୁ ପୃଥକ କରିଥିଲେ । 

 

  • Tags:

Subscribe

National International State Sports Entertainment