ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଦେଶର ସମସ୍ତ ରାଜନୈତିକ ଦଳ ବଳ କଷୁଛନ୍ତି । ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ବିରୋଧୀ ଦଳ ଏକ ହେବାକୁ ଉଦ୍ୟମ କରୁଛନ୍ତି । ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦାଦା (କାକା) ଶିବପାଳ ଯାଦବ ଏକ ଏହିଭଳି ବୟାନ ଦେଇଛନ୍ତି, ଯାହା ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଶିବପାଳଙ୍କ ବୟାନ ପୂରା ଉତ୍ତର ପ୍ରଦେଶର ରାଜନୀତିରେ ନୂଆ ମୋଡ଼ ଆଣିପାରେ । ପ୍ରଗତିଶୀଳ ସମାଜବାଦୀ ପାର୍ଟିର ମୁଖ୍ୟ ଶିବପାଳ ଯାଦବ କହିଛନ୍ତି ଯେ ୨୦୨୪ରେ ସକ୍ରିୟ ଭାବେ ସରକାରଙ୍କ ଅଂଶବିଶେଷ ହେବାକୁ ଚାହୁଁଛନ୍ତି । ତାଙ୍କର ଏହି ବୟାନ ଦ୍ୱାରା ଅନୁମାନ କରାଯାଉଛି ଯେ, ଶିବପାଳ ଯାଦବ ବିଜେପି ସହିତ ମେଣ୍ଟ କରିପାରନ୍ତି ।
ଶିବପାଳ ଯାଦବ କହିଛନ୍ତି ଯେ, ସେ ସକ୍ରିୟ ଭାବେ ୨୦୨୪ର ଲୋକସଭା ନିର୍ବାଚନ ଏବଂ ସରକାରର ଅଂଶବିଶେଷ ହେବାକୁ ଚାହୁଁଛି । ତେବେ ଶିବପାଳଙ୍କ ଏହି ବୟାନ ଆଗାମୀ ଦିନରେ କିଭଳି କାର୍ଯ୍ୟକାରୀ ହେବ, ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।