ଯେଉଁମାନେ କିଛି ଜାଣି ନାହାନ୍ତି, ସେମାନେ ମୋତେ ପରାମର୍ଶ ଦେଉଛନ୍ତି: ସଲମାନ ଖୁର୍ସିଦ
Khabar Odisha:Politics-Rahul-Gandhi-should-return-as-congress-president-says-Salman-Khurshid

ନୂଆଦିଲ୍ଲୀ, ଅକ୍ଟୋବର ୧୩ (ଖବର ଓଡ଼ିଶା): ପୂର୍ବତନ ବିଦେଶ ମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ନିଜ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି । ଦଳୀୟ ନେତାଙ୍କ ପ୍ରତି ବିରକ୍ତି ପ୍ରକାଶ କରି ସେ କହିଛନ୍ତି, ଯେଉଁମାନେ କିଛି ଜାଣି ନାହାନ୍ତି, ସେମାନେ ମୋତେ ଉପଦେଶ ଦେଉଛନ୍ତି । ସେ ଫେସବୁକ ପୋଷ୍ଟରେ ଚଳିତ ସପ୍ତାହରେ ରାହୁଲ ଗାନ୍ଧୀଙ୍କ ଉପରେ ଖୁର୍ସିଦଙ୍କ ବୟାନକୁ ନେଇ ଉପଦେଶ ଦେଇଥିବା ନେତାଙ୍କୁ ସେ କଟାକ୍ଷ କରିଛନ୍ତି । 

ସଲମାନ ଖୁର୍ସିଦ ନିକଟରେ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କୁ ଛଡ଼ାଯିବା କାରଣରୁ ପାର୍ଟି ଲୋକସଭା ନିର୍ବାଚନରେ ହାରିବା କାରଣ ଉପରେ ଗମ୍ଭୀର ଚର୍ଚ୍ଚା ମଧ୍ୟ ହୋଇପାରି ନାହିଁ । ପାର୍ଟି ମୁଖପାତ୍ର ପବନ ଖେଡା ମଧ୍ୟ ଖୁର୍ସିଦ ଦ୍ୱାରା ଛଡାଯିବା ନେଇ ଉପଦେଶ ଦେଇଥିଲେ । 

ଖୁର୍ସିଦ ନିଜର ଟିପ୍ପଣୀରେ ବିତର୍କକୁ ନେଇ ବଡ଼ ପୋଷ୍ଟ ଲେଖିଥିଲେ । ଏଥିରେ ସେ କହିଥିଲେ ଯେ, ବ୍ୟକ୍ତିଗତ ବିଶ୍ୱାସପାତ୍ରତା ଅଥବା ରଣନୀତି ସଂପର୍କରେ ଯେଉଁମାନଙ୍କୁ କିଛି ଜଣା ନାହିଁ, ସେମାନେ ମେତେ ଜ୍ଞାନ ଦେଉଛନ୍ତି । ଏହା ବିଡମ୍ବନାର ବିଷୟ । ଏଥି ପାଇଁ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ, ବିଶ୍ୱାସ ଓ ନିଷ୍ଠାକୁ ଭରସା ଏବଂ ବ୍ୟକ୍ତିଗତ ପସନ୍ଦ ଭାବେ ଗ୍ରହଣ କଯାଯିବା ଦରକାର । ବାସ୍ତବିକ ଅଥବା କାଳ୍ପନିକ ଭୟ ଏବଂ ମତଭେଦ ଠାରୁ ଦୂରରେ ରହି ଆଗକୁ ବଢ଼ିବାର ସମୟ ଆସିଛି । ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଓ ଇତିହାସ ତଥା ଭାରତୀୟ ଗଣତନ୍ତ୍ରରେ ଗାନ୍ଧୀ ପରିବାରକୁ ସମର୍ଥନ କରୁଛି ।  

  • Tags:

Subscribe

National International State Sports Entertainment