ରାହୁଲ ଗାନ୍ଧୀ ନଛାଡନ୍ତୁ ଅଧ୍ୟକ୍ଷ ପଦ, ଆତ୍ମହତ୍ୟା କରିନେବେ କଂଗ୍ରେସ କର୍ମୀ: ଚିଦାମ୍ବରମ
Khabar Odisha:Politics-P-Chidambaram-appeals-Rahul-Gandhi-not-to-resign-says-cadre-in-south-will-suicide

ନୂଆଦିଲ୍ଲୀ, ମଇ ୨୬ (ଖବର ଓଡ଼ିଶା): ଲୋକସଭା ନିର୍ବାଚନରେ ଶୋଚୀନୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ବେଳେ ୱାର୍କିଙ୍ଗ କମିଟି ତାଙ୍କର ଉଦ୍ୟମକୁ ଶନିବାର ନାମାଂଜୁର କରିଛି । ଏହାରି ମଧ୍ୟରେ ରାହୁଲଙ୍କୁ ଏଭଳି କାମର ନିବୃତ୍ତ ରହିବା ପାଇଁ ଦଳର ବରିଷ୍ଠ ନେତା ପି ଚିଦାମ୍ବରମ ଭାବୁକ ହୋଇ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯଦି ରାହୁଲ ଇସ୍ତଫା ଦେଇ ଦିଅନ୍ତି, ତା’ହେଲେ ଦକ୍ଷିଣ ଭାରତରେ ପାର୍ଟିର କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିବାକୁ ମଧ୍ୟ ପଛେଇବେ ନାହିଁ । ପି ଚିଦାମ୍ବରମଙ୍କ ପରାମର୍ଶ ପରେ କେରଳରୁ ରାହୁଲଙ୍କ ସମର୍ଥନରେ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । 

ରାହୁଲଙ୍କ ଇସ୍ତଫା ଉଦ୍ୟମ ଅଗ୍ନିଶିଖା ଭଳି ବିଫଳ ହୋଇଯାଇଛି । ଏହା ପରେ କେରଳ କଂଗ୍ରେସ ନେତାମାନେ ତାଙ୍କ ସମର୍ଥନରେ ବୟାନ ଦେଇଛନ୍ତି । କେରଳ କଂଗ୍ରେସ ନେତାମାନେ କହିଛନ୍ତି, ପରାଜୟ ପରେ ମଧ୍ୟ ରାହୁଲଙ୍କୁ କଂଗ୍ରେସ ପଦରୁ ଇସ୍ତଫା ଦେବା ଜରୁରୀ ନାହିଁ । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ରମେଶ ଚେନ୍ନିଥଲା କହିଛନ୍ତି, ଅତୀତରେ କଂଗ୍ରେସର ଏଭଳି ପରାଜୟ ହୋଇଛି ଏବଂ ପାର୍ଟି ପୁଣି ପରେ ମଜବୁତ ହୋଇଛି । ଚେନ୍ନିଥଲା କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ଦେବା ଜରୁରୀ ନୁହେଁ । ଗାନ୍ଧୀଙ୍କ ଇସ୍ତଫା ସମସ୍ୟାର ସମାଧାନ ନୁହେଁ । ପାର୍ଟିକୁ ଆହୁରି ମଜବୁତ କରିବାର ଅଛି ଏବଂ ପୁଣି ଥରେ ଲୋକଙ୍କ ନିକଟରେ ଭରସା ଯୋଗ୍ୟ ହେବାର ଅଛି । ଏଥିପାଇଁ ତାଙ୍କୁ ପାର୍ଟିର ନେତୃତ୍ୱ ନେବା ଦରକାର । 

କଂଗ୍ରେସ ନେତା ଚେନ୍ନିଥଲା ଏହା ମଧ୍ୟ କହିଛନ୍ତି ଯେ, ଗାନ୍ଧୀଙ୍କ ସଭାରେ ଜବରଦସ୍ତ ଭୀଡ଼ ହୋଇଥିଲା କିନ୍ତୁ ଏହାକୁ ଭୋଟରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ପାର୍ଟିକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଅଛି । କଂଗ୍ରେସ ମହାସଚିବ ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ୟାନ ଚାଣ୍ଡି ମଧ୍ୟ ବିରୋଧୀ ଦଳର ନେତାଙ୍କୁ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, ପାର୍ଟିର ଅଧ୍ୟକ୍ଷ ପଦ ଜାରି ରଖିବା ଉଚିତ । 

 

 

  • Tags:

Subscribe

National International State Sports Entertainment