୨୦ ବର୍ଷ ଶାସନ ପରେ ସରକାରଙ୍କର 5T ମନେପଡ଼ିଲା, ଏହି ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ?: ଅପରାଜିତା
Khabar Odisha:Politics-Odisha-BJP-targets-Odisha-governments-5T-model-of-governance-Why-the-model-was-implemented-after-20-years
ଭୁବନେଶ୍ୱର, ଅକ୍ଟୋବର ୧୫(ଖବର ଓଡ଼ିଶା):

 ୫ଟି ର କାର୍ଯ୍ୟକାରିତାକୁ ସମାଲୋଚନା କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘ  ୨୦ ବର୍ଷ ଶାସନ ପରେ ସରକାରଙ୍କର ୫ଟି କଥା ମନେପଡ଼ିଲା ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗାନ୍ଧି ଜୟନ୍ତ୍ରୀରୁ “ମୋ ସରକାର” କାର୍ଯ୍ୟକାରିତା ଆରମ୍ଭ ହୋଇଥିବାରୁ ଏହାପର ଠାରୁ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ତାଙ୍କ ଅନ୍ୟ ସହଯୋଗୀମାନେ ରାଜ୍ୟ ସାରା ବୁଲି ଡାକ୍ତରଖାନାରେ ପାଉଥିବା ସୁବିଧା ଅସୁବିଧା ସମ୍ପର୍କରେ ରୋଗୀଙ୍କ ମତ ପଚାରି ବୁଝୁଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ପ୍ରଶ୍ନ କରିଛନ୍ତି ଯେ, ୨୦ ବର୍ଷ ପରେ ସରକାରଙ୍କର ୫ଟି ମନେପଡ଼ିଲା? ଏହି ୫ଟି ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ ? 

ହସ୍ପିଟାଲ, ସ୍କୁଲ କାମ ତଦାରଖ ସରକାର ଓ ଅଫିସରଙ୍କ ଦାୟିତ୍ୱ ଏଥିରେ କୌଣସି ବଡ଼ କଥା ନୁହେଁ ।  ମୁଁ ବି ସଚିବ ଥିଲି, ଲୋକଙ୍କ କଥା ବୁଝିବା ସଚିବଙ୍କ କାମ । ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ ଶଯ୍ୟା ନ ମିଳିବା ଘଟଣା ଅତି ଦୁଃଖଦ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment