କଂଗ୍ରେସକୁ ପୁଣି ଝଟକା, ମଧ୍ୟପ୍ରଦେଶର ପୂର୍ବତନ ବିଧାୟିକା ଶକୁନ୍ତଳା ଖଟିକ ବିଜେପିରେ ସାମିଲ
Khabar Odisha:Politics-MP-Former-MLA-of-Madhya-Pradesh-Shakuntala-Khatik-joins-Bharatiya-Janta-Party-in-New-Delhi

ଭୋପାଳ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ଉପନିର୍ବାଚନ ତାରିଖ ଘୋଷଣା ହୋବ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି । ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ପୂର୍ବତନ କରୌର ବିଧାୟିକା ଶକୁନ୍ତଳା ଖଟିକ ବିଜେପିରେ ଯୋଗଦେଇଛନ୍ତି । ଶକୁନ୍ତଳା ଖଟିକ ଦିଲ୍ଲୀ ଯାଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୁଝାଇବାରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । 

ଶକୁନ୍ତଳା ଖଟିକ ମନ୍ଦୋସର ଚାଷୀ ଆନ୍ଦୋଳନ ସମୟରେ କରୌରରେ ନିଜର ସମର୍ଥକଙ୍କ ସହିତ ପ୍ରଦର୍ଶନ କରିଥିଲେ । ଏହି ସମୟରେ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିଥିଲା । ସେହି ସମୟରେ ଶକୁନ୍ତଳା ଥାନାରେ କହିଥିଲେ ଯେ, ନିଆଁ ଲଗାଇଦିଅ । ଯାହା ହେବ ଦେଖାଯିବ । ଏହି ମାମଲାରେ ଶକୁନ୍ତଳାକୁ ୩ ବର୍ଷ ସଜା ହୋଇଥିଲା । ଏଥି ସହିତ ୩୫ ହଜାର ଟଙ୍କା ଜରିମାନା ହୋଇଥିଲା । ସେହି ସମୟରେ ଶକୁନ୍ତଳା ଖଟିକ କଂଗ୍ରେସର ବିଧାୟିକା ଥିଲେ । 

 

 

  • Tags:

Subscribe

National International State Sports Entertainment