୫ ରାଜ୍ୟର ନିର୍ବାଚନ ପୂର୍ବରୁ ଆଜି ପ୍ରଭାରୀଙ୍କ ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୈଠକ
Khabar Odisha:Politics-JP-Nadda-meeting-with-general-secetaries-and-party-ic-charges-PM-Narendra-Modi-get-report

ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା): ଚଳିତ ବର୍ଷ (୨୦୨୧)ର ବିଧାନସଭା ନିର୍ବାଚନ ରଣନୀତି ଶେଷ ହେବା ପରେ ବିଜେପି ଏବେ ଆସନ୍ତାବର୍ଷ (୨୦୨୨)ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ବିଚାର ବିମର୍ଶ କରିବାକୁ ଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଦାୟିତ୍ୱ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ୨ ଦିବସୀୟ ବୈଠକ ପୂର୍ବରୁ ଶନିବାର ସଂଗଠନର ସାଧାରଣ ସଂପାଦକ ଏବଂ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସହିତ ଆଗାମୀ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ଏହି ସମୟରେ ସେବା ହି ସଂଗଠନର କାମକାର୍ଯ୍ୟର ସମୀକ୍ଷା ହୋଇଛି । 

ଆଜି (ରବିବାର) ୨୦୨୨ ପ୍ରାରମ୍ଭରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଂଜାବ ସମେତ ଅନ୍ୟ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତିକୁ ନେଇ ସମ୍ଭାବିତ ଚର୍ଚ୍ଚା ହୋଇପାରେ । ଏହି ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟର ପ୍ରଭାରୀମାନେ ଉପସ୍ଥିତ ରହିବେ । 

ଶନିବାର ଅନୁଷ୍ଠିତ ବୈଠକରେ ଦଳର ସମସ୍ତ ସାଧାରଣ ସଂପାଦକ ଉପସ୍ଥିତ ଥିଲେ । ମୋଦୀ ସରକାରଙ୍କ ୨ୟ କାର୍ଯ୍ୟକାଳର ଗରୀବ କଲ୍ୟାଣ ଯୋଜନା ଏବଂ ଅଭିଜ୍ଞତାକୁ ତୃତମୂଳ ସ୍ତରରେ ପହଂଚାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦଳର ନେତାମାନେ ନିଜର ଅଭିଜ୍ଞତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । 

 

  • Tags:

Subscribe

National International State Sports Entertainment