୨ ବିଧାନସଭା ଆସନ ବିଜେପି-ଅପନା ଦଲକୁ ମେଣ୍ଟ କରିବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା
Khabar Odisha:Politics-BJP-alliance-Varanasi-responsible-for-BJP-and-Apna-Dal-alliance

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ଲୋକସଭା ନିର୍ବାଚନ ୨୦୧୪ରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ଜନତା ପାର୍ଟି ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା। ସେହି ସମୟରେ ବିଜେପି ଅମିତ ଶାହାଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବରେ ନିଯୁକ୍ତି ଦେଇଥିଲା। ପ୍ରଭାରୀ ଦାୟିତ୍ୱ ନେବା ପରେ ଅମିତ ଶାହା ଉତ୍ତର ପ୍ରଦେଶ ଭ୍ରମଣରେ ବାହାରି ଥିଲେ ଏବଂ ମୋଦୀଙ୍କ ପାଇଁ ଲୋକସଭା ଆସନ ଖୋଜିଥିଲେ। ମୋଦୀଙ୍କ ଲାଗି ବହୁ ଖୋଜିବା ପରେ ଅମିତ ଶାହା ଶେଷରେ ଭୋଲେନାଥଙ୍କ ନଗରୀ କାଶୀକୁ ଚୟନ କରିଥିଲେ। କାଶୀରୁ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ପ୍ରାର୍ଥୀ କରିବା ପୂର୍ବରୁ ଶାହା ବହୁ ଆକଳନ କରୁଥିଲେ, ଯେଉଁଥିରେ ବିଜେପିର ହିନ୍ଦୁତ୍ୱ କାର୍ଡ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଅନ୍ୟ ସମୀକରଣ ମଧ୍ୟ ସାମିଲ ଥିଲା। 

ସୂଚନାଯୋଗ୍ୟ ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ୫ଟି ବିଧାନସଭା ଆସନ ସାମିଲ ରହିଛି। ସହରାଂଚଳରେ ୩ ବିଧାନସଭା ଏବଂ ଗ୍ରାମାଂଚଳରେ ୨ଟି ବିଧାନସଭା ଆସନ ସାମିଲ ଅଛି। ବାରାଣସୀ ଗ୍ରାମାଂଚଳର ୨ ବିଧାନସଭା- ରୋହଣିୟା ଏବଂ ସେବାପୁରୀରେ ଅପନା ଦଳ ସୁଦୃଢ଼ ଥିଲା। ବର୍ଷ ୨୦୧୨ ବିଧାନସଭା ନିର୍ବାଚରେ ଯେତେବେଳେ ବିଜେପି ଏବଂ ଅପନା ଦଲ ଅଲଗା ଅଲଗା ନିର୍ବାଚନ ଲଢ଼ି ଥିଲେ ସେହି ସମୟରେ ରୋହଣିୟା ବିଧାନସଭା ଆସନରେ ଅନୁପ୍ରିୟା ପଟେଲ ୫୭ ହଜାର ଏବଂ ଅପନା ଦଲର ନୀଲୁ ରତନ ପଟେଲଙ୍କୁ ସେବାପୁରୀ ବିଧାନସଭାରୁ ୩୯ ହଜାର ଭୋଟ ମିଳିଥିଲା। ଏହି ୨ ବିଧାୟକଙ୍କ ଭୋଟ ପାଖାପାଖି ୯୭ ହଜାର ଭୋଟ ହେବ। 

ଅମିତ ଶାହା ବାରାଣସୀରେ ଯେତେବେଳେ ସର୍ଭେ ଆରମ୍ଭ କରିଥିଲେ, ସେ ଜାଣି ପାରିଲେ ଯେ, ଯଦି ଉତ୍ତରପ୍ରଦେଶରେ ଅପନା ଦଲ ସହିତ ମେଣ୍ଟ ହୁଏ, ତା’ହେଲେ ବାରାଣସୀ ବ୍ୟତୀତ ପୂର୍ବ ଏବଂ ମଧ୍ୟ ଉତ୍ତରପ୍ରଦେଶରେ ବି ବିଜେପିକୁ ଭଲ ଭୋଟ ମିଳିବ। 

୧) ସେବାପୁରୀ ବିଧାନସଭା ଆସନ: ୧ ଲକ୍ଷ ୩୦ ହଜାର ଭୋଟ

୨) ରୋହଣିୟା ବିଧାନସଭା ଆସନ: ୯୫ ହଜାର ଭୋଟ

୩) କ୍ୟାଣ୍ଟ ବିଧାନସଭା ଆସନ: ୩୫ ହଜାର ଭୋଟ

ବାରାଣସୀ ଗ୍ରାମାଂଚଳର ୨ ବିଧାନସଭା ଆସନରେ ଅପନା ଦଲର ପ୍ରଭାବରେ ବିଜେପି ଏବଂ ଅପନା ଦଲ ୨୦୧୪ରେ ଲୋକସଭା ନିର୍ବାଚନରେ ମେଣ୍ଟ କରିଥିଲା। ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ ଅପନା ଦଲକୁ ୨ଟି ଲୋକସଭା ଆସନ ମିଳିଥିଲା। ମିର୍ଜାପୁରରୁ ଅନୁପ୍ରିୟା ପଟେଲ ସାଂସଦ ଅଛନ୍ତି। ସେହିପରି ପ୍ରତାପଗଡ଼ରୁ କୁମ୍ବର ହରିବଂଶ ସିଂହ ସାଂସଦ ହୋଇଛନ୍ତି। 

 

  • Tags:

Subscribe

National International State Sports Entertainment