ପରୀ ତଦନ୍ତ ହେଉଛି ବାଟବଣା, ବିଜେଡି ମୁହଁରେ ତୁଣ୍ଡି
Khabar Odisha:Pari-murder-case-investigation-BJD-silent
ଭୁବନେଶ୍ୱର, ଡିସେମ୍ବର 31 ( ଖବର ଓଡ଼ିଶା):

 ଭୁବନେଶ୍ୱର, 31 ଡିସେମ୍ବର-ବିଜେପି ମହିଳାମୋର୍ଚ୍ଚାର ଲୋକସେବା ଭବନ ଚଲୋ ଡାକାରା  ।  ପୋଲିସ ଓ ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି  । ସରକାରଙ୍କ ବିରୋଧରେ ମହିଳାମୋର୍ଚ୍ଚାର ନାରାବାଜି  । ତଦନ୍ତ ବାଟବଣା ଅଭିଯୋଗ କରି ମୁଖ୍ୟଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଲେ ମହିଳା ବିଜେପି ପ୍ରତିନିଧି ଦଳ  । ମହିଳାମୋର୍ଚ୍ଚାର ଅଭିଯୋଗ ତଦନ୍ତଙ୍କୁ ବାଟବଣା କରୁଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଅରୁଣ ସାହୁ ଓ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏପରି ଅଭିଯୋଗ ଆଣିଛି ବିଜେପି ମହିଳାମୋର୍ଚ୍ଚା  । ବିଜେପି ମହିଳାମୋର୍ଚ୍ଚା ଅଭିଯୋଗ କରିଛି ଡବଲ ଅରୁଣଙ୍କ ଡବଲ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି  । ତଥାପି ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାନଯିବା ଦୁର୍ଭାଗ୍ୟଜନକ ଆଉ ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାନଗଲେ ପଞ୍ଚାୟତ ସ୍ତରରୁ ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଛି  ।

 

ଅନ୍ୟପକ୍ଷରେ ପରୀଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ  । କଂଗ୍ରେସ ନେତ୍ରୀ ସ୍ମୁତିରେଖା ପହି କହିଛନ୍ତି ମହିଳା ସୁରକ୍ଷା ପ୍ରସଙ୍ଗ କେବଳ ରାଜ୍ୟ ସରକାରଙ୍କ କୁମ୍ଭୀରକାନ୍ଦଣା  । ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ଅଛନ୍ତି  । ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖି ବିଜେଡି କହିଛି ଯେହେତୁ ମାମଲା ବିଚାରଧୀନ ଅଛି ତାହା ଉପରେ କିଛି କହିବା ଠିକ୍ ନୁହେଁ  ।

  • Tags:

Subscribe

National International State Sports Entertainment