ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ, ପରସ୍ପରକୁ ଘେରିବା ପାଇଁ ତିନି ଦଳର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ
Khabar Odisha:Odisha-assembly-budget-sesion-will-starts-from-today
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ବଜେଟ ଅଧିବେଶନର ଅବ୍ୟାହତି ପୂର୍ବରୁ ଗତ କାଲି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।

ଆଜି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଚଳିତ ବର୍ଷର ବଜେଟ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଚଳିତ ବର୍ଷ ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ରଣନୀତି ପ୍ରସ୍ତୁତ ପାଇଁ ଗତ କାଲି ବିଜୁ ଜନତା ଦଳ ମଧ୍ୟ ତା ବିଧାୟକ ଦଳ ବୈଠକ ଡାକିଥିଲା । ପୃଥକ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳର ମଧ୍ୟ ବୈଠକ ବସିଥିଲା । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନା ଓ ଓବିସି ଗଣନାକୁ ନେଇ ବିଜେପି ବିଧାନସଭାରେ ରାଜ୍ୟସରକାରଙ୍କୁ ଘେରିପାରେ । ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି କହିଛି ।

ଚଳିତ ବିଧାନସଭା ବଜେଟ ଅଧିବେଶନ ରେ ମୋଟ 31ଟି କାର୍ଯ୍ୟଦିବସ ରହିଛି । ଦୁଇଟି ପର୍ଯ୍ୟାୟରେ ବିଧାନସଭା ଚାଲିବ। 14 ଦିନ ବଜେଟ ଉପରେ ଆଲୋଚନା ହେବାକୁ ଥିବା ବେଳେ । 4 ଦିନ ସରକାରୀ ଓ 4 ଦିନ ବେସରକାରୀ ଦିବସ ରହିଛି । ସବୁ ବିଧାୟକଙ୍କୁ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି । 

  • Tags:

Subscribe

National International State Sports Entertainment