ବିଧାନସଭା ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ପରୀକ୍ଷା
Khabar Odisha:Odisha-MLAs-Staff-To-Undergo-COVID-19-Test-Before-Commencement-Of-Assembly-Session
ଭୁବନେଶ୍ୱର, ସେପ୍ଟେମ୍ବର ୦୭ (ଖବର ଓଡ଼ିଶା):

ବିଧାନସଭା ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ପରୀକ୍ଷା । ଆରଟିପିସିଆର ମାଧ୍ୟମରେ ହେବ ପରୀକ୍ଷା । ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ଏହି କୋଭିଡ ପରୀକ୍ଷା ହେବ । ନେଗେଟିଭ ଆସିଲେ ବିଧାନସଭା ଅଧିବେଶନରେ ଯୋଗ ଦେବେ । ୫ ଦିନ ପରେ ପୁଣିଥରେ ଟେଷ୍ଟ କରାଯିବ। ବିଧାନସଭାରେ ହିଁ ବସିବ ଅଧିବେସନ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନସଭା ଅଧିବେଶନ ବସିବା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଯୋଗ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ । ସ୍ୱାସ୍ଥ୍ୟ ସଚିବ ଓ ବିଏମ୍‌ସି କମିଶନର ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ ।

  • Tags:

Subscribe

National International State Sports Entertainment