ବାଚସ୍ପତିଙ୍କୁ ଭେଟିବା ପାଇଁ ବିଧାନସଭାରେ ଦୌଡିଲେ କଂଗ୍ରେସ ବିଧାୟକ
Khabar Odisha:National-politics-rebel-Congress-MLA-Byrathi-Basavaraj-runs-into-the-Speakers-office-in-Vidhana-Soudha
ବେଙ୍ଗାଲୁରୁ ,ଜୁଲାଇ ୧୧ (ଖବର ଓଡ଼ିଶା):

 ଅନେକ ଦିନ ପର୍ଯ୍ୟନ୍ତ ମୁମ୍ୱାଇରେ ଡେରା ପକାଇ ରହିଥିବା କର୍ଣ୍ଣାଟକର ବିଧାୟକମାନେ ଏକ ବିଶେଷ ବିମାନ ଦ୍ୱାରା  ଗୁରୁବାର ଦିନ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁରେ ପହଞ୍ଚିବା ପରେ ବିଧାୟକମାନେ ବିଧାନସଭାରେ ବାଚସ୍ପତିଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ବାଦବରେ ଅବଦତ କରିବା ପାଇଁ ପହଞ୍ଚିଛନ୍ତି । 

 ଏହାର କିଛି ଘଣ୍ଟା ପୂର୍ବରୁ ସୁପ୍ରମକୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କୁ ବାଚସ୍ପତିଙ୍କ ଆଗରେ ହାଜର ହୋଇ ନିଜ ଇସ୍ତଫା କଥା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତ କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ କେ ଆର ରମେଶ କୁମାରଙ୍କୁ ବିଧାୟକମାନଙ୍କ ଇସ୍ତଫା ଉପରେ ଅବିଳମ୍ୱେ ନିଷ୍ପତ୍ତି ନେବାକୁ କହିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶୁକ୍ରବାର ଦିନ ଶୁଣାଣି ପୂର୍ବରୁ ବାଚସ୍ପତି ନିଜ ନିଷ୍ପତ୍ତି କୋର୍ଟରେ ଅବଗତ କରିବେ । 

ବାଚସ୍ପତିଙ୍କୁ ଭେଟିବା ପାଇଁ ବିଧାୟକମାନେ ବିଧାନସଭାରେ ପହଞ୍ଚିଛନ୍ତି । ଅନ୍ୟପଟେ ସିଏମ କୁମାରସ୍ୱାମୀ ବିଧାନସଭାର ସୁରକ୍ଷାର ସମୀକ୍ଷା କରିଛନ୍ତି ।  

Subscribe

National International State Sports Entertainment