୧୦ ମାସ ବିସିସିଆଇ ଅଧ୍ୟକ୍ଷ ରହିବେ ଗାଙ୍ଗୁଲୀ, ୨୦୨୧ରେ ରାଜନୀତିରେ କରିବେ ଏଣ୍ଟ୍ରି ?
Khabar Odisha:National-politics-Is-Politics-Next-For-Sourav-Ganguly-After-Bcci-President-Post
ନୂଆଦିଲ୍ଲୀ,ଅକ୍ଟୋବର ୧୫(ଖବର ଓଡ଼ିଶା):

10 ମାସ ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ରାଜନୀତିରେ ପ୍ରବେଶ କରିବେ ! ଯଦି ଚାଲିଥିବା ଚର୍ଚ୍ଚାକୁ ଗୁରୁତ୍ୱର ସହ ନେବା ତେବେ ପ୍ରିନ୍ସ ଅଫ କୋଲକାତା ନାଁରେ ପରିଚିତ ଥିବା ଗାଙ୍ଗୁଲୀ 2021ରେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଚେହେରା ହେବା ପାଇଁ ରାଜି ହୋଇଛନ୍ତି । କିନ୍ତୁ, ଗାଙ୍ଗୁଲୀ ବର୍ତ୍ତମାନ ସମୟରେ ଏହି ଖବରକୁ ଖାରଜ କରିଛନ୍ତି । 

ଗାଙ୍ଗୁଲୀ କେବଳ 10 ମାସ ପାଇଁ ବିସିସିଆଇର ଅଧ୍ୟକ୍ଷ ହେବା ଉପରେ ଅନେକ ପ୍ରଶ୍ନ ଉଠୁଛି । ଅଧ୍ୟକ୍ଷ ହେବା ଗାଙ୍ଗୁଲୀଙ୍କ ପାଇଁ ଲାଭରୁ ଅଧିକ କ୍ଷତିର ଡିଲ । ଅଧ୍ୟକ୍ଷ ହେବା ପରେ ଗାଙ୍ଗୁଲୀଙ୍କୁ କମେଣ୍ଟ୍ରୀ ଏବଂ ମିଡିଆ ଚୁକ୍ତିରୁ ମିଳୁଥିବା ପ୍ରାୟ 7 କୋଟି ଟଙ୍କାର କ୍ଷତି ହେବ । ବିସିସିଆ ଅଧ୍ୟକ୍ଷ ହେବା ପରେ ଏପରି କୌଣସି ଗତିବିଧିରେ ସାମିଲ ହୋଇ ପାରିବେ ନାହିଁ । ଏହାଛଡା ଟିମ ଇଣ୍ଡିଆର କୋଚ ହେବାର ସ୍ୱପ୍ନ ମଧ୍ୟ ସ୍ୱପ୍ନରେ ରହିବା ପରି ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗାଙ୍ଗୁଲୀ ଅନେକ ସମୟରେ ଭାରତୀୟ ଟିମର କୋଚ ହେବା ପାଇଁ ଇଚ୍ଛା ପ୍ରକଟ କରିସାରିଛନ୍ତି । ଚର୍ଚ୍ଚା ଏପରି ହେଉଛି ଯେ ଗାଙ୍ଗୁଲୀ ଅଧ୍ୟକ୍ଷ ହେବା ପାଇଁ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି କାରଣ ସେ ପଶ୍ଚିମବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବାର ଅଫର ସ୍ୱିକାର କରିବେ । ଯେଉଁ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବ ସେପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବା । 

କିନ୍ତୁ, ଗାଙ୍ଗୁଲୀଙ୍କୁ 2021ରେ ବିଜେପିର ପଶ୍ଚିମବଙ୍ଗରେ ଚେହେରା ହେବା ନେଇ କରାଯାଇଥିବା ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି, କୌଣସି ରାଜନେତା ମୋ ସମ୍ପର୍କରେ ନାହାନ୍ତି ଏବଂ ଏହା ହିଁ ବାସ୍ତବତା । ଯଦି ମମତା ଦିଦିଙ୍କ କଥା କହିବା ତେବେ ତାଙ୍କ ଶୁଭେଚ୍ଛା ପାଇଁ ମୁଁ ଖୁସୀ ଅଛି । କିନ୍ତୁ ଗୋଟିଏ ସତ୍ୟ ଏହା ମଧ୍ୟ ଯେ ଗାଙ୍ଗୁଲୀ ଅମିତ ଶାହା, ଅନୁରାଗ ଠାକୁର ଏବଂ ହେମନ୍ତ ବିଶ୍ୱା ଶର୍ମାଙ୍କୁ ସକ୍ଷାତ କରିଛନ୍ତି ।  

ପଶ୍ଚିମବଙ୍ଗରେ 2021ରେ  ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏପରି ସ୍ଥିତିରେ କୁହାଯାଉଛି ଯେ ନିର୍ବାଚନରେ ଗାଙ୍ଗୁଲୀ ବିଜେପିର ଚେହେରା ହୋଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ କିଛି ବର୍ଷ ପୂର୍ବେ ବିଜେପିର କୌଣସି ପ୍ରତିନିଧି ନଥିଲେ ।   

Subscribe

National International State Sports Entertainment