କେରଳରେ ରାମଚନ୍ଦ୍ର ଗୁହା, ରାହୁଲ ଗାନ୍ଧୀଙ୍କୁ ପୁଣି ଜିତାଇଲେ, ମୋଦୀଙ୍କୁ ଲାଭ ପହଞ୍ଚାଇବା ପରି ହେବ
Khabar Odisha:National-news-Kerala-Takes-Disastrous-Steps-By-Choosing-Rahul-Gandhi-Says-Ramachandra-Guha
ଥିରୁଅନନ୍ତପୁରମ, ଜାନୁଆରୀ ୧୮ (ଖବର ଓଡ଼ିଶା):

ଭାରତୀୟ ରାଜନୀତିରେ ପରିଶ୍ରମୀ ତଥା ଆତ୍ନନିର୍ଭର ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ପଞ୍ଚମ ପିଢ଼ିର ବଂଶଜ ରାହୁଲ ଗାନ୍ଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରୁଥିବା ପ୍ରସିଦ୍ଧ ଇତିହାସକାର ରାମଚନ୍ଦ୍ର ଗୁହା ଏହି କଥା କହିଛନ୍ତି । ଶୁକ୍ରବାର କେରଳ ସାହିତ୍ୟକ ସମାରୋହର ଦ୍ୱିତୀୟ ଦିନରେ ଦେଶଭକ୍ତି ବନାମ ରାଷ୍ଟ୍ରବାଦ ଶୀର୍ଷକରେ ଉପରେ କହୁଥିବା ରାମଚନ୍ଦ୍ର ଗୁହାଙ୍କ ସ୍ୱର କିଛି ଅଲଗା-ଅଲଗା ରହିଥିଲା । 

ଗୁହା କହିଛନ୍ତି, ମୁଁ ବ୍ୟକ୍ତିଗତ ରୂପେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାହିଁ । ସେ ଜଣେ ଭଲ ଏବଂ ସଂସ୍କାରବାଦୀ ବ୍ୟକ୍ତି । କିନ୍ତୁ ଯୁବ ଭାରତ ପଞ୍ଚମ ପିଢ଼ିର ବଂଶବାଦୀକୁ ଗ୍ରହଣ କରିବାକୁ ଚାହୁଁନି । ଯଦି ଆପଣ 2024ରେ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ନିର୍ବାଚନରେ ଚୟନ କରିବାର ଭୁଲ କରିବେ ତେବେ ଆପଣ କେବଳ ନରେନ୍ଦ୍ର ମୋଦୀଙ୍କୁ ଲାଭ ପହଞ୍ଚାଇବେ । 

ସେ କହିଛନ୍ତି, ନରେନ୍ଦ୍ର ମୋଦୀ 15 ବର୍ଷ ଧରି ଗୋଟିଏ ରାଜ୍ୟର କ୍ଷମତାରେ ବସିଥିଲେ, ତାଙ୍କୁ ପ୍ରଶାସନିକ ଅନୁଭୂତି ରହିଛି, ସେ ଅତ୍ୟନ୍ତ ପରିଶ୍ରମି ଲୋକ ଏବଂ କେବେ ଛୁଟି ବିତାଇବା ପାଇଁ ୟୁରୋପ ଯାଉନାହାନ୍ତି । ଏହା ମୁଁ ଗମ୍ଭୀରତାର ସହ କହୁଛି । 

ଗୁହା କହିଛନ୍ତି କେରଳ କଂଗ୍ରେସ ନେତାଙ୍କୁ ସଂସଦ ପାଇଁ ବାଛି ଅତ୍ୟନ୍ତ ବିନାଶକାରି ପଦକ୍ଷେପ ଗ୍ରହଣ କରିଥିଲା । ବାମପନ୍ଥୀ ବିଚାରଧାରା ରଖୁଥିବା ଗୁହା କହିଛନ୍ତି, ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ଏକ ମହାନ ଦଳ ରହିଥିବା କଂଗ୍ରେସର ନିରାଶ ପାରିବାରିକ କମ୍ପାନୀରେ ପତନ ହୋଇଛି, ଯାହା ଭାରତରେ ହିନ୍ଦୁତ୍ୱ ଏବଂ ଅନ୍ଧ ରାଷ୍ଟ୍ରବାଦର ପ୍ରଭୁତ୍ୱର ବୃଦ୍ଧିର କାରଣରୁ ଗୋଟିଏ । 

Subscribe

National International State Sports Entertainment