"ମୁଁ ଆସୁଛି ଆପଣଙ୍କ ଘରକୁ, ଜଳେଇ ଦେବେ", କଂଗ୍ରେସ ବିଧାୟକଙ୍କୁ କହିଲେ ସାଧ୍ୱୀ ପ୍ରଜ୍ଞା
Khabar Odisha:National-news-Bjp-Leader-Sadhvi-Pragya-Said-To-Congress-Mla-I-Am-Coming-To-Your-House-Burnt-Me
ନୂଆଦିଲ୍ଲୀ, ନଭେମ୍ବର ୩୦ (ଖବର ଓଡ଼ିଶା):

ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକ ଗୋବର୍ଧନ ଦାଙ୍ଗୀଙ୍କ ଜୀଅନ୍ତା ଜଳାଇବା ଧମକ ପରେ ରାଜ୍ୟର ଭୋପାଳ ଆସନରୁ ବିଜେପିର ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ପାଲଟା ଆକ୍ରମଣ କରିଛନ୍ତି । ସାଧ୍ୱୀ ପ୍ରଜ୍ଞା କରିଛନ୍ତି ଯେ କଂଗ୍ରେସୀଙ୍କ ଜଳେଇବାର ପୁରୁଣା ଇତିହାସ ରହିଛି ଏବଂ ସେ ଡିସେମ୍ୱର 8 ତାରିଖରେ ବ୍ୟାବରା ଆସୁଛନ୍ତି । ସେ କଂଗ୍ରେସ ବିଧାୟକଙ୍କୁ କହିଛନ୍ତି ଯେ ସେ ସେଠାରେ ତାଙ୍କୁ ଜାଳିଦେବେ । 

ସାଧ୍ୱୀ ପ୍ରଜ୍ଞା ଟ୍ୱିଟ କରି କହିଛନ୍ତି, କଂଗ୍ରେସୀଙ୍କୁ ଜଳେଇବାର ପୁରୁଣା ଅନୁଭବ ରହିଛି । 1984ରେ ଶିଖଠୁ ନୈନା ସାହନୀଙ୍କୁ ତନ୍ଦୁରରେ ଜଳାଇବା ପର୍ଯ୍ୟନ୍ତ । ରାହୁଲ ଗାନ୍ଧୀ ମୋତେ ଆତଙ୍କୀ କହିଲେ ଏବଂ ତାଙ୍କ ବିଧାୟକ ଗୋବର୍ଧନ ଦାଙ୍ଗୀ ମୋତେ ଜଳାଇବେ । ଠିକ ଅଛି ମୁଁ ବ୍ୟାବରା ଆସୁଛି । ତାଙ୍କ ନିବାସ ମୁଲତାନାପୁରାରେ 2019 ଡିସେମ୍ୱର 8 ତାରିଖ ସଂଧ୍ୟା 4ଟା ସମୟରେ । ଜଳେଇ ଦେବ । 

ଉଲ୍ଲେଖଯୋଗ୍ୟ ଯେ ମଧ୍ୟ ପ୍ରଦେଶର ରାଜଗଡ ଜିଲ୍ଲାର ବ୍ୟାବରାର କଂଗ୍ରେସ ବିଧାୟକ ଗୋବର୍ଧନ ଦାଙ୍ଗୀ ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଙ୍ଗା ସିଂହ ଠାକୁରଙ୍କୁ ଜାଳି ମାରିବାର ଧମକ ଦେଇଥିଲେ । ଏହାପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାର ଦିନ ବିଧାୟକ ଜଣଙ୍କ ଭୁଲ ମାଗିଥିଲେ । 

Subscribe

National International State Sports Entertainment