ମମିତାଙ୍କ ଚରିତ୍ର ସଂହାର ବିରୋଧୀ ନୁହେଁ ରାଜ୍ୟ ସରକାର କରିଛନ୍ତି : ନରସିଂହ ମିଶ୍ର
Khabar Odisha:Narsingha-Mishra-on-Cm-Statement-about-mamita-meher-murder-case

ଭୁବନେଶ୍ୱର, ଡିସେମ୍ବର ୩(ଖବର ଓଡ଼ିଶା): ଦୀର୍ଘ ଦେଢ ମାସ ପରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଆରମ୍ଭ ହୋଇଛି ରାଜନୀତିକ ଆଲୋଚନା ପର୍ଯ୍ୟାଲୋଚନା ।

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟ ଦେଇଛନ୍ତି । ମମିତାଙ୍କ ଚରିତ୍ର ସଂହାର ବିରୋଧୀ ନୁହେଁ ବରଂ ରାଜ୍ୟ ସରକାର କରିଛନ୍ତି ବୋଲି କଡା ମନ୍ତବ୍ୟ ଦେଇଛନ୍ତି ନରସିଂହ ମିଶ୍ର ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ପଢୁଛନ୍ତି ହୁଏତ ସେ ନିଜେ ବୁଝିପାରୁନାହାନ୍ତି ଅଥବା ମିଥ୍ୟା ପଢୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଏହାହିଁ ସ୍ପଷ୍ଟ ହେଉଛି ଯେ ସେ ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବା ପାଇଁ ଯୋଜନା କରୁଛନ୍ତି । ପରୀ ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ପାଇଁ ନିଜେ ଚିଠି ଲେଖିଥିଲେ ହେଲେ ଏବେ ମମିତା ପ୍ରସଙ୍ଗରେ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ତେବେ ସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ପରେ ଆସନ୍ତାକାଲି କଂଗ୍ରେସର ତାର ପ୍ରତିବାଦ ଆହୁରି ତୀବ୍ର କରିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

  • Tags:

Subscribe

National International State Sports Entertainment