ଗୃହରେ ପଶିପାରିବେନି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ବିଧାନସଭା ଗେଟ୍‌ରେ ତାଲା ପକାଇ କଂଗ୍ରେସ ବିଧାୟକଙ୍କ ଧାରଣା
Khabar Odisha:Minister-Dibyash-Mishras-entry-into-the-House-locking-the-gates-of-the-Legislative-Assembly

ଭୁବନେଶ୍ୱର, ଡିସେମ୍ବର ୧(ଖବର ଓଡ଼ିଶା): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳିନ ଅଧିବେଶନ । ଆରମ୍ଭରୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ପକ୍ଷରୁ ବିଧାନସଭା ଗେଟ୍ ଆଗରେ ଧାରଣା ଦିଆଯାଇଛି। ମମିତା ମୃତ୍ୟୁ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଭିତରକୁ ନପୁରାଇ ଦେବାକୁ କଂଗ୍ରେସ ବିଧାୟକମାନେ ‘ମୁଖ୍ୟମନ୍ତ୍ରୀ ଜବାବ ଦିଅ,ମମିତା ମେହରେଙ୍କୁ ନ୍ୟାୟ ଦିଅ,ମମିତା ହତ୍ୟାକାରୀ ଜହ୍ଲାଦ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ ଓ ଗିରଫ’ ଆଦି ବ୍ୟାନର ଧରି ଧାରଣାରେ ବସିଛନ୍ତି । ବିଧାନସଭାର ୩ ଗେଟ୍‌ରୁ ୨ ଗେଟ୍‌ରେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ । ଏହା ସହିତ କଂଗ୍ରେସ ପକ୍ଷରୁ ଗୋଟିଏ ଗେଟ୍‌ରେ ତାଲା ମଧ୍ୟ ପକାଯାଇଥିଲା । ତେବେ ଏହାକୁ ଭାଙ୍ଗ ଗେଟ୍ ଖୋଲିଥିଲେ ବିଧାନସଭା କର୍ମଚାରୀ ।

କଂଗ୍ରେସ ବିଧାୟକ ତାରାବାହିନି ପତି କହିଛନ୍ତି ଯେ ଦିବ୍ୟଶଙ୍କର ମିଶ୍ର ଗୃହରେ ପଶିଲେ ଗୃହ ଅପବିତ୍ର ହୋଇଯିବ । ଆଜି ବିଧାନସଭା ଆରମ୍ଭ ହୋଇଥିବା ବେଳେ ଭିଡିଓ କଂନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ଜୋଡି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୁର୍ବତ୍ତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ, ଉମେଶ ଚନ୍ଦ୍ର ସ୍ୱାଇଁ,ରାମରାୟ ମୁଣ୍ଡା, ପୁର୍ବତ୍ତନ ସିପାହି ସୀତାରାମ ମୁର୍ମୁଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । 


  • Tags:

Subscribe

National International State Sports Entertainment