ଭୁବନେଶ୍ୱର, ଜାନୁଆରୀ ୩ ( ଖବର ଓଡ଼ିଶା):
ଭୁବନେଶ୍ୱର, 3 ଜାନୁଆରୀ-ରକ୍ତମୁଖା ବିଜେଡି । ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ହତ୍ୟା କରିବାକୁ ବିଜେଡି ପଛାଉନଥିବାର ଅଭିଯୋଗ । ଶାନ୍ତି ବାର୍ତାର ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳର ନେତାମାନେ କରୁଛନ୍ତି ହତ୍ୟା । ଆଉ ସୁରକ୍ଷା ଦେଇଛନ୍ତି ମନ୍ତ୍ରୀ, ବିଧାୟକ, ସାଂସଦ । ଏପରି ଅଭିଯୋଗ ଆଣି ଆଜି ବିଜେଡିକୁ ଘେରିଛନ୍ତି ମାହାଙ୍ଗା ଅଞ୍ଚଳର ଲୋକ ।
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦକୁ ଆସିଛନ୍ତି ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ତାଙ୍କର ପିଏ ବାପି ବିଶ୍ୱାଳ ଆଉ ପ୍ରତାପଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଭିକାରୀ ସ୍ୱାଇଁ....ମାହାଙ୍ଗା ନୃତାଙ୍ଗରେ ହୋଇଥିବା ହତ୍ୟା ଘଟଣା ସିଧାସିଧା ମନ୍ତ୍ରୀ ପ୍ରତାପ ଜେନାଙ୍କ ଇଙ୍ଗିତର ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ...ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଛନ୍ତି ଯେଉଁମାନେ ସେମାନେ ହେଲେ ସବୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ରାଇଟ୍ ହ୍ୟାଣ୍ଡ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ ମୃତକଙ୍କ ସମ୍ପର୍କୀୟ ।
ଗ୍ରାମବାସୀଙ୍କ କହିବା ଅନୁସାରେ ନୃତାଙ୍ଗ ଇତିହାସରେ ଏ ହେଉଛି ପ୍ରଥମ ଘଟଣା । ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ବିଭତ୍ସ ହତ୍ୟା ଲୋକଙ୍କୁ କରିଛି ତାଜୁବ । ସେପଟେ ଏହି ଘଟଣାରେ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳଙ୍କ ମୋବାଇଲ କଲ୍ ଯାଞ୍ଚ କରିବା ପାଇଁ ଦାବୀ ହୋଇଛି । ମନ୍ତ୍ରୀ ପ୍ରତାପ ଜେନା ଏପରି ଘଟଣା ଘଟାଇବା ପରେ ଏବେ ଟୁଇଟରେ ଦୁଃଖ ପ୍ରକାଶ କରୁଛନ୍ତି.....ମନ୍ତ୍ରୀଙ୍କ ମୋବାଇଲ୍ କଲ୍ ଯାଞ୍ଚ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ଲୋକ...ଲୋକେ କହିଛନ୍ତି ଏହି ଡବଲ ମର୍ଡର ଘଟଣା ନୁହେଁ....ବିଗତ ଦିନରେ ଏଠାରେ ଘଟିଥିବା ବିକାଶ ଜେନା ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ବିଜେଡିର ସମ୍ପୃକ୍ତି ଥିଲା । ଆଉ ସାକ୍ଷୀମାନଙ୍କୁ ଭୟଭୀତ କରିବା ପାଇଁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ । ବହୁଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ନେତାଙ୍କ ମୁଖା ଖୋଲିବା କାରଣରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।