ଗତ ପଞ୍ଚାୟତ ନିର୍ବାଚନ ଠାରୁ ବର୍ତମାନ ସୁଦ୍ଧା ରାଜନୈତିକ ହିଂସାକାଣ୍ଡରେ ଯାଇଛି ୧୫ ଜଣଙ୍କ ଜୀବନ, ତାଲିକା ଦେଲେ ଅପରାଜିତା
Khabar Odisha:Fifteen-people-have-been-killed-in-political-violence-since-the-last-panchayat-election-Aparajita-said

ଭୁବନେଶ୍ୱର, ଜାନୁଆରୀ ୮ (ଖବର ଓଡ଼ିଶା) : ରାଜ୍ୟରେ ରାଜନୈତିକ ହିଂସାକୁ ନେଇ ବର୍ତମାନ ମାହୋଲ ଗରମ ଥିବା ବେଳେ ଏବେ ସେହି ନିଆଁକୁ ଆହୁରି ଘନିଭୂତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ରାଜ୍ୟ ସରକାରଙ୍କ ଶୂନ ସହନଶୀଳତା ନୀତିକୁ ଆଇନା ଦେଖାଇ ଗତ ପଞ୍ଚାୟତ ନିର୍ବାଚନ ଠାରୁ ବର୍ତମାନ ପର୍ଯ୍ୟନ୍ତ ହୋଇଥିବା ରାଜନୈତିକ ହିଂସାକାଣ୍ଡରେ ବଳି ପଡିଥିବା ଲୋକଙ୍କ ତାଲିକା ଦେଇଛନ୍ତି ।

ବର୍ତମାନ ମାହାଙ୍ଗା ହତ୍ୟା କାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ସାଶକ ଦଳର ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଏବେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ଖାଲି ସେତିକି ନୁହେଁ ପରୀ ମାମଲା ଭଳି ଏବେ ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବି ରାଜ୍ୟର ସାଶନ ବ୍ୟବସ୍ଥା ଓ ତଦନ୍ତ ପକ୍ରିୟା ସବୁଠାରୁ ବଡ ପ୍ରଶ୍ନ ଘେରରେ ରହିଛି ।

ତେବେ ଶେଷଥର ପାଇଁ ରାଜନୈତିକ ହିଂସାକାଣ୍ଡରେ ଗତ ଜାନୁଆରୀ ୨ରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଜୀବନ ଯାଇଥିବା ବେଳେ ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ ବବଲି, ମୟୂରଭଞ୍ଜରୁ ଉତ୍ତମ ବିଶ୍ୱାର, ଗଜପତିରୁ ମିନତୀ ଶବର, ଭଦ୍ରକରୁ ସୁରେଶ ରାଉତ, କୋରାପୁଟରୁ କାମେଶ୍ୱର ପାଲ୍‌କା, ବଲାଙ୍ଗିରରୁ ରୋହିତ ପ୍ରଧାନ, ରାୟଗଡ଼ାରୁ ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ାରୁ ଶିଶିର ନାୟକ, ଗଞ୍ଜାମ ହିଞ୍ଜିଲିରୁ ବୁଲୁ ପ୍ରଧାନ, ଗଞ୍ଜାମରୁ ପୀତାମ୍ୱର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବଳରାମ ଜେନା, କେନ୍ଦ୍ରାପଡ଼ାରୁ ମମତାରାଣୀ ସାମଲ ଓ ଖୋର୍ଦ୍ଧାରୁ ଚିତ୍ରସେନ୍ ଜେନା । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି । 

ଏହିଭଳି ଭାବରେ ରାଜ୍ୟରେ ବଢୁଥିବା ରାତନୈତିକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜନୈତିକ ହିଂସାକାଣ୍ଡରେ ବଳି ପଡିଥିବା ଲୋକ ମାନଙ୍କ ତାଲିକା ପ୍ରକାଶ କରି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ପୋଲିସ୍ ଡିଜିଙ୍କୁ ଏବାବଦରେ ଏକ ଚିଠି ଲେଖିଛନ୍ତି । ଏଥି ସହିତ କାହିଁକି ଏ ସବୁ ହତ୍ୟା ମାମଲାରେ ଜଡିତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ରାଜ୍ୟ ପୋଲିସ୍ ଡିଜିଙ୍କୁ ଚିଠି ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଅପରାଜିତା ।

  • Tags:

Subscribe

National International State Sports Entertainment