ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡି ଉପରେ ବୋମାମାଡ, ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ
Khabar Odisha:Elecation-odisha-bomb-attack-on-bjp-mla-candides-rally-in-bhubaneswar
ଭୁବନେଶ୍ୱର, ୨୧ ଏପ୍ରିଲ (ଖବର ଓଡିଶା):

ନିର୍ବାଚନୀ ହିଂସା ରାଜ୍ୟରେ ବଢିବାରେ ଲାଗିଛ । ରାଜ୍ୟରେ କ୍ଷମତାରେ ଥିବା ବିଜେଡି ରକ୍ତମୁଖା ସାଜିଥିବା ବିଜେପି ଅଭିଯୋଗ କରୁଥିବା ବେଳେ ରବିବାର ଦିନ ପୁଣ ବିଜେପି ରାଲି ଉପରେ ଆକ୍ରମଣ ହୋଇଛି । କିନ୍ତୁ ରବିବାର ଦିନ ହୋଇଥିବା ଆକ୍ରମଣ ସାମନ୍ୟ ଭିନ୍ନ କାରଣ ଏହି ଆକ୍ରମଣ ବିଜେପିର କୌଣସି କର୍ମୀଙ୍କ ଉପରେ ନଥିଲା ବର୍ଂ ଭୁବନେଶ୍ୱର ମଧ୍ୟର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି । ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ ହୋଇଛି । ଏହି ବୋମାମାଡରେ ଅଳ୍ପକେ ବର୍ତ୍ତିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । 

ଡେଲଟା କଲୋନୀ ବିଜେପି ପାର୍ଥୀ ଅଫିସ ନିକଟରେ ଏହି ଆକ୍ରମଣ ହୋଇଛି । ଏହି ବୋମାମାଡରେ ଜଗନ୍ନାଥଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ଠିକ ସମୟରେ ଗାଡିରୁ ଖସି ପଡିଥିବାରୁ ବର୍ତ୍ତି ଯାଇଥିଲେ ଜଗନ୍ନାଥ ପ୍ରଧାନ । ଏହି ଆକ୍ରମଣରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି । ଏହା ପୂର୍ବରୁ ଭୁବନେଶ୍ୱର ଉତ୍ତରରେ ମଧ୍ୟ ନିର୍ବାଚନୀ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ଅନେକ ବିଜେପି କର୍ମୀ ଆହତ ହୋଇଥିଲେ । ବିଜେଡି ହାରିବା ଭୟରେ ଆକ୍ରୋଶ ଭାବେ ଏହି ଆକ୍ରମଣ କରୁଥିବା ବିଜେପି ଅଭିଯୋଗ କରିଥିଲା । 

ଏହା ପୂର୍ବରୁ ମଧ୍ୟ ଗତ ଏପ୍ରିଲ 12 ତାରିଖରେ ଜଗନ୍ନାଥ ପ୍ରଧାନଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ବିଜେପିର ରାଲିକୁ ଭଣ୍ଡୁର କରିବା ଏବଂ ଆକ୍ରୋଶ ଭାବେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରରେ ଆକ୍ରମଣ ଅଭିଯୋଗ ହୋଇଥିଲା । ବିଜେପିର ରାଲି ଉପରେ ୟୁନିଟ-୮ କ୍ଲବ ପାଖରେ  ବିଜୁ ଗୁଣ୍ଡା ବାହିନୀ ସଦସ୍ୟ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ  । ତାଙ୍କ ଉପରକୁ ଟେକା ପଥର ମାଡ କରାଯାଇଥିବା ଅଭିଯୋଗ କରିଥିଲେ ଜଗନ୍ନାଥ । ଟେକାପଥର ମାଡ କରିବା ସହ ପ୍ଲାକାର୍ଡ ଫିଙ୍ଗିବା ଅଭିଯୋଗ ମଧ୍ୟ କରିଥିଲେ । ଏହି ପରି ସମାନ ଅଭିଯୋଗ ଆଣିଥିଲେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । 

Subscribe

National International State Sports Entertainment