ବିଜେପି ପ୍ରାର୍ଥୀ ଜଗନ୍ନାଥଙ୍କ ପରେ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ, ଲହୁ ଲୁହାଣ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
Khabar Odisha:Crime-Odisha-any-who-attacked-on--Ananta-narayan-jena-on-sunday-evening
ଭୁବନେଶ୍ଵର, ଏପ୍ରିଲ୨୧(ଖବର ଓଡ଼ିଶା):

ପ୍ରଥମେ ବିଜେପି ଭୁବନେଶ୍ଵର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଆକ୍ରମଣ ପରେ ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ  ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ସମୟରେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଅନନ୍ତ ଆହତ ହୋଇଛନ୍ତି। ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ  ନିର୍ବାଚନ ପ୍ରଚାର ପରେ ଫେରୁଥିବା ସମୟରେ ଝାରପଡା କେନାଲ ରୋଡରେ ଦୁଇଟି ବାଇକରେ ଦୁବୃର୍ତ୍ତ ମାନେ ଆସି ଅଚାନକ ଅନନ୍ତ ଯାଉଥିବା ଗାଡିକୁ ଅଟକାଇବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଗାଡି ଉପରକୁ ବମ ପକାଇଥିବା ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଅଭିଯୋଗ କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ମଧ୍ୟର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ ହୋଇଛି। ଏହି ବୋମାମାଡରେ ଅଳ୍ପକେ ବର୍ତ୍ତିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।  ଡେଲଟା କଲୋନୀ ବିଜେପି ପାର୍ଥୀ ଅଫିସ ନିକଟରେ ଏହି ଆକ୍ରମଣ ହୋଇଛି । ଏହି ବୋମାମାଡରେ ଜଗନ୍ନାଥଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ଠିକ ସମୟରେ ଗାଡିରୁ ଖସି ପଡିଥିବାରୁ ବର୍ତ୍ତି ଯାଇଥିଲେ ଜଗନ୍ନାଥ ପ୍ରଧାନ । ଏହି ଆକ୍ରମଣରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି ।

  • Tags:

Subscribe

National International State Sports Entertainment