ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଛି କାର୍ଯ୍ୟାକାରିଣୀ। ପ୍ରଥମେ ପଦାଧୀକାରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। 16 ଓ17 ତାରିଖ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକାରିଣୀରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରସ୍ତୁତ ହେବ ଚୂଡ଼ାନ୍ତ ରଣନୀତି |ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ଼, ମେଘାଳୟ,ନାଗାଲାଣ୍ଡ, ତ୍ରିପୁରା ଓ ମିଜୋରାମ ସହ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ 2023ରେ ହେବ ଭୋଟ୍। ଏହି 9 ରାଜ୍ୟ ଉପରେ ବିଜେପିର ନଜର । ରାଜସ୍ଥାନ ଓ ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମକୁ ଛାଡ଼ିଦେଲେ ବାକି 5 ରାଜ୍ୟରେ ଏବେ ବିଜେପି ସରକାର। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ବିଶାଳ ରୋଡ ସୋ। । ପ୍ରଥମ ଦିନରେ ହେବ ରୋଡ ସୋ। ପ୍ରାୟ ଚାରିରୁ ପାଞ୍ଚ କିମି ପର୍ଯ୍ୟନ୍ତ ହେବ ଏହି ରୋଡ ସୋ। ରୋଡ୍ ସୋ ସମୟରେ ବିଭିନ୍ନ ରାଜ୍ୟର କଳାକାରମାନେ ସାଂସ୍କୃତିକ ପ୍ରଦର୍ଶନ କରିବେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦିଲ୍ଲୀ ପଟେଲ ଚୌରୁ ସଂସଦ ମାର୍ଗ ଜୟସିଂହ ରୋଡ୍ ଜଙ୍କସନ୍ ପର୍ଯ୍ୟନ୍ତ କରାଯିବ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ୍ ସୋ’ । ଅପରାହ୍ଣ ୩ଟାରେ ପ୍ରାଧାନମନ୍ତ୍ରୀଙ୍କ ରୋଡ୍ ଶୋ ଅନୁଷ୍ଠିତ ହେବ । ଚଳିତ ବର୍ଷ ୧୦ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଣ ସବୁ ରହିବ ଦଳର ରଣନୀତି ଏନେଇ ବୈଠକରେ ଆଲୋନା ହେବ । ଆଉ ସବୁଠାରୁ ବଡ କଥା ହେଲା ନିଜେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ସବୁ ନିଜେ ତଦାରଖ କରିବେ ।