କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରଠାରୁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀଙ୍କ ଛାତିରେ ଛନକା ପଶିଛି । ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଶୁଭେନ୍ଦୁ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ସମସ୍ତ ଜିଲ୍ଲାରେ ହୋଲ୍ଡିଂ ସେଣ୍ଟର୍ ଖୋଲିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲାରେ ହୋଲ୍ଡିଂ ସେଣ୍ଟର ଖୋଲିବାକୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ହୋଲ୍ଡିଂ ସେଣ୍ଟର ପାଇଁ ଉଚିତ ସ୍ଥାନ ନିରୂପଣ କରିବାକୁ କୁହାଯାଇଛି । ଏଥିରେ ଜିଲ୍ଲାରୁ ଚିହ୍ନଟ ଅବୈଧ ଅନୁପ୍ରବେଶକାରୀଙ୍କୁ ରଖାଯିବ । ଯେପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିନାହିଁ ଏବଂ ନିଜ ଦେଶକୁ ଫେରି ନାହାଁନ୍ତି ସେପର୍ଯ୍ୟନ୍ତ ସମସ୍ତେ ସେଠାରେ ରହିବେ । ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅନୁପ୍ରବେଶକାରୀଙ୍କ ସୁରକ୍ଷିତ ସ୍ଥାନ ହୋଇଥିବାରୁ ସେହି ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ବିଜେପି ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବେଙ୍ଗଲକୁ ବାଂଲାଦେଶୀ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଅନୁପାଳନ କରିବା ସ୍ୱରୂପ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।