“ମୋଦୀ ହେ ତୋ ମୁମକିନ ହେ”୨୦୧୯ ନିର୍ବାଚନ ପାଇଁ ବିଜେପିର ନାରା:ଜେଟଲୀ
Khabar Odisha:politics-odisha---Lok-Sabha-Elections-2019-Arun-Jaitley-Says-Modi-Hai-To-Mumkin-Hai-Will-Be-Slogan-Of-BJP
ନୂଆଦିଲ୍ଲୀ,ମାର୍ଚ୍ଚ୧୪(ଖବର ଓଡ଼ିଶା):

କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର କହିଛନ୍ତି ଯେ ଆଗମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ନାରା ହେଉଛି “ମୋଦୀ ହେ ତୋ ମୁମକିନ ହେ” । ଜେଟଲୀ ଏଜେଣ୍ଡା ୨୦୧୯-ଭାଗ ୪ ବ୍ଲଗ ପୋଷ୍ଟରେ ଲେଖିଛନ୍ତି ଯେ ମୋଦୀ ଗତ ପାଞ୍ଚ ବର୍ଷରେ ଲଗାତାର କାମ କରି ନିଜ ଦୃଢ ସଂକଳ୍ପକୁ ପ୍ରଦର୍ଶିତ କରିଛନ୍ତି । 

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଟିଳ ମାମଲା ଗୁଡିକର ଦୃଢତାର ସହ ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତା ପ୍ରଦର୍ଶିତ କରିଛନ୍ତି । ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଚାର ବିଭାଗର ପ୍ରଭାରୀ ଅରୁଣ ଜେଟଲୀ କହିଛନ୍ତି ଯେ ସବୁ ଭାରତୀୟ ମୋଦୀଙ୍କୁ ଜଣେ କର୍ମଠ ନେତା ଭାବେ ଦେଖୁଛନ୍ତି । ସାରା ଦୂନିଆରୁ ଭାରତ ଉପରେ ନଜର ରଖୁଥିବା ଲୋକମାନେ ମୋଦୀଙ୍କ ନିର୍ଣ୍ଣୟ ନେବା ଏବଂ ତାକୁ ଲାଗୁ କରିବାର ପ୍ରକ୍ରିୟାକୁ ଲୋକମାନେ ଅନୁଭବ କରୁଛନ୍ତି । ଏଥିପାଇଁ ଆସନ୍ତା ନିର୍ବାଚନ ପାଇଁ ବିଜେପି “ମୋଦୀ ହେ ତୋ ମୁମକିନ ହେ” ନାରା ଦେଇଛି । 

Subscribe

National International State Sports Entertainment