ବିଜେପିକୁ ସମାଲୋଚନା କରିବାକୁ କବିତାର ସାହାରା ନେଲେ ଦିଦି
Khabar Odisha:national-political-odisha-i-dont-agree-mamata-banerjee-shares-poem-as-bjp-makes-inroads-into-west-bengal
କୋଲକାତା, ମଇ ୨୫ (ଖବର ଓଡିଶା) :

ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା ଲାଗିଛି । ଏଠାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରି ୧୮ଟି ଆସନ ହାତେଇଛି । ସେହି ସମୟରେ ତୃଣମୂଳ କଂଗ୍ରେସକୁ କେବଳ ୨୨ଟି ଆସନ ମିଳିଛି । ତେବେ ନିର୍ବାଚନ ଫଳାଫଳକୁ ଦେଖି ମମତା ଏକ କବିତା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । 

ମମତା ନିଜ ଟ୍ୱିଟର ଆକାଉଂଟରେ ଏକ କବିତା ସେୟାର କରିଛନ୍ତି । ସେ ବଙ୍ଗାଳୀ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମଧ୍ୟ ଏହାକୁ ସେୟାର କରିଛନ୍ତି । ଏହି କବିତାର ଶୀର୍ଷକ ରହିଛି “ମୈ ନେହିଁ ମାନତି” । କବିତାର ଶେଷରେ ମମତା ବସୁଧୈବ କୁଟୁମ୍ବକମ ଲେଖି ସାହାସ ରଖିବା ପାଇଁ କହିଛନ୍ତି । ସେ ନିଜକୁ ଜଣେ ସହିଷ୍ଣୁ ସେବିକା ବୋଲି କହିଛନ୍ତି । 

ବ୍ୟକ୍ତିଗତ ଜୀବନରେ ମମତା ଜଣେ ରାଜନୀତିଜ୍ଞ ହେବା ସହିତ ଜଣେ କବି, ଚିତ୍ରକାରୀ ଏବଂ ସଙ୍ଗୀତଜ୍ଞ ମଧ୍ୟ । ନିର୍ବାଚନ ଫଳାଫଳ ପୂର୍ବରୁ ସେ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ । ତେବେ ରାଜନୀତି ନାମରେ ତାଙ୍କର ଏକ କବିତା ଖୁବ୍ ପ୍ରସିଦ୍ଧ । ଏତଦ୍ ବ୍ୟତୀତ ଟିଏମସି ସୁପ୍ରିମୋ ମମତା ନିର୍ବାଚନ ଫଳାଫଳ ପରେ କୋଲକାତାର କାଲୀଘାଟ ସ୍ଥିତ ନିଜ ବାସଭବନରେ ଦଳର ନେତାମାନଙ୍କୁ ମାନସ ମନ୍ଥନ କରିବା ପାଇଁ ଡାକିଛନ୍ତି । ଏହି ବୈଠକରେ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକସଭା ନିର୍ବାଚନରେ ଦଳ କିଭଳି ପ୍ରଦର୍ଶନ କରିଥିଲା ସେହି ବିଷୟରେ ଆଲୋଚନା କରାଯିବ । 

ରାଜ୍ୟରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ବିଜେପିର ଏଭଳି ପ୍ରଦର୍ଶନ ଦ୍ୱାରା ମମତା ଚିନ୍ତାରେ ପଡିଯାଇଛନ୍ତି ।  ୨୦୧୪ ସାଧାରଣ ନିର୍ବାଚନ ମୁକାବିଲାରେ ୨୦୧୯ରେ ଟିଏମସିକୁ ବଡ କ୍ଷତି ହୋଇଛି । ୨୦୧୪ରେ ଦଳକୁ ୩୪ ଆସନ ମିଳିଥିଲା । କିନ୍ତୁ ଚଳିତ ବର୍ଷ ୨୨ଟି ଆସନ ମିଳିଛି ।  

Subscribe

National International State Sports Entertainment