ଯଦି ଖାଦ୍ୟ ନଷ୍ଟ କରିବେ ୫୦ ଟଙ୍କା ଜରିମାନା, ଶେଷ କଲେ ପୁରସ୍କାର
Khabar Odisha:national-odisha-you-have-to-pay-fine-if-you-wasted-food-in-this-restaurant-and-get-reward-if-didnt-wasted-telangana-restaurant
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡିଶା) :

ତେଲେଙ୍ଗାନାରେ ଏକ ରେଷ୍ଟୁରାଂଟ ରହିଛି । ଏଠାରେ ଯଦି ଆପଣ ଖାଇବାକୁ ଯାଉଛନ୍ତି ତେବେ ଜାଣି ନିଅନ୍ତୁ ସେଠାରେ ଖାଇବା ବର୍ବାଦ କଲେ ୫୦ଟଙ୍କା ଫାଇନ ଦେବାକୁ ପଡିବ । କିନ୍ତୁ ଯଦି ଆପଣ ସବୁ ସଫା କରି ଦିଅନ୍ତି ତେବେ ଆପଣଙ୍କୁ ୧୦ ଟଙ୍କାର ଏକ ଚା ଏବଂ ପାର୍ଲେଜି ମିଳିବ । ତେବେ ଏହି ରେଷ୍ଟୁରାଂଟର ନାମ କ୍ୟାରଟ ଆଣ୍ଡ ଷ୍ଟିକ । ଏହା ୨୦୦୨ରୁ ଚାଲିଛି । 

ସୂଚନାଯୋଗ୍ୟ, ଏହି ରେଷ୍ଟୁରାଂଟରେ ଫାଇନ ଏବଂ ପୁରସ୍କାର ପ୍ରଥା ୨ ବର୍ଷ ହେବ ଆରମ୍ଭ ହୋଇଛି । ରେଷ୍ଟୁରାଂଟ ଚଳାଉଥିବା କେଦାରୀ କହିଛନ୍ତି କି, ଏହି ଜୋରିମାନା ଟଙ୍କାକୁ ଏକାଠି କରି ସେ ୧୪୦୦୦ଟଙ୍କା ରଖିଛନ୍ତି । ସେ ଏହାକୁ କୌଣସୀ ଅନାଥଆଳୟରେ ଦେବାକୁ ଚାହୁଁଛନ୍ତି । ଏହି ପଲିସି କାରଣରୁ  ବହୁତ କମ୍ ଖାଦ୍ୟ ନଷ୍ଟ ହେଉଛି । ସେ କହିଛନ୍ତି କି, ଲୋକମାନଙ୍କୁ ଏହି ପଲିସି ଖୁବ୍ ପସନ୍ଦ ଆସିଛି । ପ୍ରାୟତଃ ଲୋକମାନେ ୫୦ ଟଙ୍କା ଜରିମାନା ଦେବା ପରେ ଖାଦ୍ୟକୁ ସମ୍ମାନ ଦେବା ଶିଖି ଯାନ୍ତି । 

Subscribe

National International State Sports Entertainment