ନିର୍ବାଚନ ଆୟୋଗଙ୍କ ରୋକ ପରେ ହନୁମାନ ମନ୍ଦିରରେ ଚାଳିସା ପାଠ କଲେ ଯୋଗୀ ଆଦିତ୍ୟନାଥ
Khabar Odisha:national-odisha-yogi-adityanath-and-hanuman-chalisha
ଲକ୍ଷ୍ନୌ, ଏପ୍ରିଲ ୧୬(ଖବର ଓଡିଶା):

ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଉଲଙ୍ଘନ ମାମଲାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର କରିବା ଉପରେ ୭୨ ଘଂଟାର ରୋକ ଲଗାଇଛନ୍ତି । ଆୟୋଗଙ୍କ ଏହି ପ୍ରତିବନ୍ଧକ ପରେ ଆଦିତ୍ୟନାଥ ଆଜି ହନୁମାନ ମନ୍ଦିରରେ ଚାଳିସା ପାଠ କରିଛନ୍ତି ।

ଆଜି ସକାଳ ୮.୩୦ରେ ଆଦିତ୍ୟନାଥ ହନୁମାନ ମନ୍ଦିରରେ ପହଁଚିଥିଲେ । ତାଙ୍କ ସହ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ଆଦିତ୍ୟନାଥ ହନୁମାନ ଚାଳିସା ପାଠ କରିଥିଲେ ।

ସୂଚନାଯୋଗ୍ୟ କି, ମାୟାବତୀଙ୍କ ଏକ ଉତେଜନା ମୂଳକ ଭାଷଣ ଉପରେ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ଉଭୟ ମାୟାବତୀ ଏବଂ ଯୋଗୀଙ୍କୁ ଯଥାକ୍ରମେ ୪୮ ଏବଂ ୭୨ ଘଂଟା ଯାଏଁ ନିର୍ବାଚନ ପ୍ରଚାର କରିବା ପାଇଁ ମନା କରାଯାଇଥିଲା । 

  • Tags:

Subscribe

National International State Sports Entertainment