ମହିଳାଙ୍କ ଆଖିରୁ ଲୁହ ପୋଛିବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା: ଉମା ଭାରତୀ
Khabar Odisha:national-odisha-ujjla-is-a-big-scheme-for-women-empowerment-says-uma-bharati
ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃଆରୀ ୧୧(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଏକ ପ୍ରଗତିଶୀଳ କାର୍ଯ୍ୟକ୍ରମ । ବିଶେଷ କରି ମହିଳାଙ୍କୁ ଧ୍ୟାନରେ ରଖି ମୋଦୀ ସରକାର ଅନେକ ଗୁଡିଏ ଲୋକଭାମୁଖୀ ଯୋଜନା ଆରମ୍ଭ କରିଛନ୍ତି । ପାଇଖାନା ସୁବିଧା ସହ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହିଳାଙ୍କ ଆଖିରୁ ଲୁହ ପୋଛିବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା। ମୋଦୀଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ।    

ଆଜି ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବ ତୃତୀୟ ସଂସ୍କରଣରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୫୦ ହଜାରରୁ ଉର୍ଦ୍ଧ୍ଵ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏବଂ ଶ୍ରୀମତୀ ଉମା ଭାରତୀ ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଂଚିସାରିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ରୁ ୨୦ ଜଣଙ୍କ ଘରେ ଏଲପିଜି ସଂଯୋଗ ନଥିଲା । ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି । ଓଡିଶାରେ ଗୋଟେ ବି ଗରିବ ଘର ରହିବ ନାହିଁ, ଯା ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଂଚିନଥିବ ବୋଲି ସେ କହିଛନ୍ତି ।  

ସେହିପରି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଥିଲେ ଯେ ୨୦୧୪ରେ ଆମ ସରକାର ଦାୟିତ୍ୱକୁ ଆସିବା ପରେ ଆମେ ଦେଶରେ ଅନେକ କିଛି ପରିବର୍ତନ କରିଛୁ। ଧର୍ମେନ୍ଦ୍ରଙ୍କୁ ସବୁ କଠିନତମ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଆଜି ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି । ସେମାନଙ୍କୁ ଲାଭ ମିଳିଥିବାରୁ ଆଜି ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠୀ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଭାରତୀ କହିଛନ୍ତି ଯେ ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ନିଜ ମାଙ୍କ କଷ୍ଟକୁ ସ୍ମରଣ କରିବା ପରେ ଦେଶର  ହଜାର ହଜାର ମାଙ୍କ କଷ୍ଟ ସ୍ମରଣ କରି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ । ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା । ମହିଳାଙ୍କୁ ଏହି ଯୋଜନା କେବଳ ଲାଭ ଦେଇନାହିଁ, ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭାରତୀୟ ଜନତା ପାର୍ଟି ବିନା ଏହା ସମ୍ଭବ ନଥିଲା । ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଉଜ୍ଜଳା ପହଂଚିଛି । ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଆହୁରି ଲାଭ ମିଳିଥାଇପାରିଥାନ୍ତା ବୋଲି ସେ କହିଛନ୍ତି ।

ସେହିପରି ଭାରତୀ କହିଛନ୍ତି ଯେ ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ ଯୋଜନା ହେଲା ଉଜ୍ଜଳା । ମୋଦୀଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା । ମହିଳାଙ୍କୁ ସମ୍ମାନ ଦେଇ ଜଣେ ମହିଳାଙ୍କୁ ରକ୍ଷା ତଥା କ୍ୟାବିନେଟ ମନ୍ତ୍ରୀ କରିବା ଏସରକାରର ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତିା 

ଆଜି ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ଉମା ଭାରତୀ ଓଡିଶାର ହିଞ୍ଜିଳି, ଘସିପୁରା, ବାଲିଶଙ୍କରା, ମାହାଙ୍ଗା ଏବଂ ନବରଙ୍ଗପୁରର ଝରିଙ୍ଗାର ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଓଡିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡା ଗାଁର ନର୍ମଦା ମହାରଣା, କେନ୍ଦୁଝର ଘସିପୁରାର ବାଲିପାଳର ଅନିମାରାଣୀ ରାଉତ, ସୁନ୍ଦରଗଡ ବାଲିଶଙ୍କରାର କେତକୀ ଜନସେନା, କଟକ ମାହାଙ୍ଗାର ସୁକାନ୍ତି ଦାସ, ନୟାଗଡ କଂଚନବିଲିର ଜୟନ୍ତୀ ପାଣିଗ୍ରାହୀ ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁର ରତାଖଣ୍ଡିଗୁଡାର ସବିତା ସାହୁ ଉଜ୍ଜଳା ହିତାଧିକାରୀଙ୍କ  ସହ ଆଲୋଚନା କରିଥିଲେ । 

  • Tags:

Subscribe

National International State Sports Entertainment