ପିଓକେରେ ହେବ ହାଫିଜ ସୟିଦର ରାଲି, ଜୈଶ ଓ ହିଜବୁଲ ମଧ୍ୟ ହେବେ ସାମିଲ
Khabar Odisha:national-odisha-terrorist-hafeez-sayeed-will-form-a-rally-at-pok
ଶ୍ରୀନଗର, ଅକ୍ଟୋବର ୧୦(ଖବର ଓଡିଶା):

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ଚରୁଛନ୍ତି । ଏହି ସମୟରେ ଲଶ୍କର-ଏ-ତୋଏବାର ମୁଖ୍ୟ ହାଫିଜ ସୟିଦ ଏବେ ପିଓକେର ମୁଜଫରାବାଦରେ ଅକ୍ଟୋବର ୧୪ ତାରିଖରେ ଏକ ରାଲି କରିବାକୁ ଯାଉଛି । ପିଓକେର ଏହି ରାଲିରେ ଜୈଶ-ଏ-ମହମ୍ମଦ ଓ ହିଜବୁଲର ଅନେକ ଆତଙ୍କବାଦୀ ସାମିଲ ହେବେ ।

ଏହି ସମସ୍ତ ଆତଙ୍କବାଦୀ ସଂଗଠନ ପୁଣି ଭାରତ ବିରୋଧରେ ବିଷ ଓଗାରିବାକୁ ପ୍ରୟାସ କରୁଛନ୍ତି । ଲଗାତାର ଭାବେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ହଟାଉଛି । ଏହି କାରଣରୁ ଆତଙ୍କବାଦୀମାନେ ପିଓକେବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଆସନ୍ତା ୧୪ରେ ହେବାକୁ ଥିବା ରାଲିରେ ଅଧିକାଂଶ ଆତଙ୍କବାଦୀ ଯୋଗଦେବେ ।

ଗତ ୪ ଦିନ ତଳେ ପିଓକେରେ ଏକ ବଡ ରାଲି ହୋଇଥିଲା । ଏଥିରେ ହଜାରହଜାର ପାକିସ୍ତାନୀ ଆଜାଦୀର ନାରା ଦେଉଥିଲେ । ସେମାନଙ୍କ ହାତରେ ବୟାନର ଏବଂ ପୋଷ୍ଟର ରହିଥିଲା । ଏହା ଉପରେ ପୋଲିସ ବଳ ପୂର୍ବକ କରି ରୋକିଥିଲା । ସେମାନେ ପାକିସ୍ତାନରୁ ଅଲଗା ହେବାକୁ ଚାହୁଁଥିଲେ ।

  • Tags:

Subscribe

National International State Sports Entertainment