ଅଯୋଧ୍ୟା ମାମଲା: ଜନ୍ମସ୍ଥାନରେ ଦେବତା ରୁହନ୍ତି ଏବଂ ଦେବତାଙ୍କର ଜମିରେ ମାଲିକାନା ଥାଏ- ରାମଲଲା ବିରାଜମାନ
Khabar Odisha:national-odisha-sixth-day-of-day-to-day-hearing-of-ayodhya-case-in-supreme-court
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ଅଯୋଧ୍ୟାର ରାମମନ୍ଦିର ବାବରୀ ମସଜିଦ ଜମି ବିବାଦରେ ସୁପ୍ରିମକୋର୍ଟରେ ଆଜି ୬ଷ୍ଠ ଦିନ ପାଇଁ ଶୁଣାଣି ଚାଲିଛି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣୀ କରୁଛନ୍ତି । ସୁପ୍ରିମକୋର୍ଟ ପ୍ରଥମେ ହିନ୍ଦୁ ପକ୍ଷରୁ ରାମଲଲା ବିରାଜମାନ ଏବଂ ନିର୍ମୋହୀ ଆଖଡାର ପକ୍ଷ ଶୁଣିଛନ୍ତି । ଦୁଇ ପକ୍ଷକାର ବିବାଦିତ ସ୍ଥଳରେ ମାଲିକାନା ହକ ପାଇଁ ବେଞ୍ଚରେ ବହୁ ଦଲିଲ ଉପସ୍ତାପନ କରିଛନ୍ତି । ଆଜି ରାମଲଲାଙ୍କ ତରଫରୁ ଐତିହାସିକ ପୁସ୍ତକ, ବୈଦେଶିକ ଯାତ୍ରୀଙ୍କ ଯାତ୍ର ବୃତ୍ତାନ୍ତ, ବେଦ ସ୍କନ୍ଦ ପୁରାଣ ଦଲିଲ ଉପସ୍ଥାପନ କରିଛନ୍ତି । 

ପକ୍ଷ ରଖିବା ସମୟରେ ରାମଲଲାଙ୍କ ଓକିଲ କହିଛନ୍ତି କି, ରାମ ଜନ୍ମଭୂମିରେ ଥିବା କିଲା ବାବର ଏବଂ ଔରଙ୍ଗଜେବ ଭାଙ୍ଗିଥିଲେ । ରାମ ଅଯୋଧ୍ୟାର ରାଜା ଥିଲେ । ଏଠାରେ ତାଙ୍କର ଜନ୍ମ ହୋଇଥିଲା । ଏହାକୁ ନେଇ ପୁସ୍ତକରେ କୌଣସୀ ଭ୍ରମ ନାହିଁ । ଏହି ସମୟରେ ସେ ସ୍କନ୍ଦ ପୁରାଣ ବିଷୟରେ କହିଛନ୍ତି । ସେ କହିଛନ୍ତି କି, ସରଯୁ ନଦୀରେ ସ୍ନାନ କରିବା ପରେ ରାମ ଜନ୍ମଭୂମିରେ ଦର୍ଶନ କରିବାକୁ ଅବସର ମିଳିବା ପ୍ରଥା ରହିଛି । 

ଏହି ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି କି, ପୁରାଣ କେବେ ଲେଖା ଯାଇଥିଲା । ଏହାର ଉତରରେ ଓକିଲ କହିଛନ୍ତି କି, ପୁରାଣ ବେଦ ବ୍ୟାସଙ୍କ ଦ୍ୱାରା ମହାଭାରତ କାଳରେ ଲେଖାଯାଇଥିଲା । ଏହା କେତେ ପୁରୁଣା ତାହା କେହି ଜାଣି ନାହାଁନ୍ତି । 

ଜନ୍ମସ୍ଥାନ ହେଉଛି ଦେବତାଙ୍କ ସ୍ଥଳୀ । ୧୬୦୮-୧୬୧୧ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିଥିବା ବିଲିୟମ ଫିଂଚ୍ ଏକ ପୁସ୍ତକ ଲେଖିଥିଲେ ସେହି ସମୟରେ ସେ ରାମ ଜନ୍ମଭୂମିର ଅସ୍ତିତ୍ୱ ବିଷୟରେ ସ୍ପଷ୍ଟ କରିଛନ୍ତି । ଆଉ ଜଣେ ଯାତ୍ରୀ ଜୋଶେଫ ଟାଇପନ ବୈରଲ ଅଯୋଧ୍ୟା ଆସିଥିଲେ, ସେ ନିଜ ପୁସ୍ତକରେ ରାମ ଜନ୍ମଭୂମି ବିଷୟରେ ଲେଖିଛନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଜନ୍ମସ୍ଥଳୀକୁ ପୂଜା କରାଯାଏ । ଏଥିରେ ନିର୍ମୋହୀ ଆଖଡା ମାଲିକାନା ମାଗି ପାରିବ ନାହିଁ କାରଣ ସେମାନେ ମୂର୍ତ୍ତି ପୂଜା ସେବାରେ ଥିଲେ । ଯେଉଁଭଳି ଭାବରେ ମୁସଲିମମାନଙ୍କ ପଇଁ ମକ୍କା ମଦୀନା ଏକ ପବିତ୍ର ସ୍ଥଳ ସେହିପରି ହିନ୍ଦୁମାନଙ୍କ ପାଇଁ ରାମଜନ୍ମଭୂମି ଏକ ପବିତ୍ର ସ୍ଥଳ । ଜନ୍ମସ୍ଥାନରେ ଦେବତା ରୁହନ୍ତି ଏବଂ ଦେବତାଙ୍କର ଜମିରେ ମାଲିକାନା ଥାଏ । ଯଦି ମନ୍ଦିର ଭଙ୍ଗା ଯାଇ ସେଠାରେ ମସଜିଦ୍ ନିର୍ମାଣ କରାଯିବ ତେବେ ସୁଦ୍ଧା ସେହି ଜମିରେ ଦେବତାଙ୍କର ମାଲିକାନା ରହିଛି । 

Subscribe

National International State Sports Entertainment