ଆଜି ଇସ୍ତଫା ଦେଇପାରନ୍ତି ରାହୁଲ !
Khabar Odisha:national-odisha-rahul-gandhi-may-resign-today
ନୂଆଦିଲ୍ଲୀ, ମେ ୨୫(ଖବର ଓଡିଶା):

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ କଂଗ୍ରେସ ଶିବିରରେ ନିରାଶା ଖେଳିଯାଇଛି । ପରାଜୟର ସମୀକ୍ଷା ପାଇଁ ଆଜି ଦଳର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି । ଏଥିରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି । ଏହା ମଧ୍ୟରେ ଉତରପ୍ରଦେଶରେ ଦଳର ପରାଜୟ ପାଇଁ ପ୍ରଦେଶ ଅଧ୍ୟକ୍ଷ ରାଜ ବବର ଇସ୍ତଫା ପ୍ରଦାନ କରିସାରିଛନ୍ତି ।

ରାଜ ବବରଙ୍କୁ ହଟାଇବା ନେଇ ସ୍ଥିର ହୋଇସାରିଛି । ସେହିପରି ଓଡିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକ, କର୍ଣ୍ଣାଟକ ନିର୍ବାଚନ ପ୍ରଭାରୀଏସକେ ପାଟିଲ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂତ୍ରାନୁସାରେ, ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପାଇଁ କିଛି ବରିଷ୍ଠ ନେତା ଚାହୁଁଛନ୍ତି କିନ୍ତୁ କିଛି ନେତା ତାଙ୍କୁ ଏପରି କରିବା ପାଇଁ ମନା ମଧ୍ୟ କରୁଛନ୍ତି ।

  • Tags:

Subscribe

National International State Sports Entertainment