ପ୍ରଥମେ ହଁ ହଁ କଲା, ଏବେ ପାକିସ୍ତାନ କହୁଛି କରତାପୁର କରିଡରର ଉଦଘାଟନ ପାଇଁ ତାରିଖ ସ୍ଥିର ହୋଇ ନାହିଁ
Khabar Odisha:national-odisha-no-date-fixed-for-inauguration-of-kartarpur-corridor-pakistan
ଇସଲାମାବାଦ,ଅକ୍ଟୋବର୧୦(ଖବର ଓଡ଼ିଶା):

ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ନଭେମ୍ବର ୯ରୁ ଭାରତୀୟ ଶିଖଙ୍କ ପାଇଁ କରତାପୁର କରିଡର ଖୋଲାଯିବ ବୋଲି ପାକିସ୍ତାନ କହିଥିଲା। ମାତ୍ର ଏବେ ପାକିସ୍ତାନ କହୁଛି ଯେ, ଏ ପର୍ଯ୍ୟନ୍ତ ବହୁପ୍ରତୀକ୍ଷିତ କରତାପୁର କରିଡ଼ରର ଉଦଘାଟନର ତାରିଖ ସ୍ଥିର କରାଯାଇ ନାହିଁ। ଏହା ପୂର୍ବରୁ ପଡ଼ୋଶୀ ପାକିସ୍ତାନ ଗୁରୁ ନାନକଙ୍କ ଆଗାମୀ ମାସରେ ହେବାକୁ ଥିବା ୫୫୦ତମ ଜୟନ୍ତୀକୁ ଦୃଷ୍ଟିରେ ରଖି କରତାପୁର କରିଡର ସଠିକ୍ ସମୟରେ ଉଦଘାଟନ ହେବ ବୋଲି ଆଶ୍ଵାସନା ଦେଇଥିଲା। 

ପାକ୍ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମହମ୍ମଦ ଫୈସଲ ସାପ୍ତାହିକ ପ୍ରେସମିଟରେ କହିଛନ୍ତି ଯେ, କରତାପୁର କରିଡର ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ  ନିର୍ଦ୍ଧାରିତ ସମୟରେ ପୂରା ହେବ। ସଠିକ୍ ସମୟରେ ଉଦଘାଟନ ହେବ, ମାତ୍ର କେବେ ଉଦଘାଟନ ହେବ ତାରିଖ ସ୍ଥିର କରାଯାଇ ନାହିଁ। କିନ୍ତୁ ସେ ପୁଣି ଥରେ ଆଶ୍ଵାସନା ଦେଇଛନ୍ତି ଯେ, ନଭେମ୍ବର ୧୨ରେ ଗୁରୁ ନାନକ ଦେବଙ୍କ ୫୫୦ ତମ  ଜୟନ୍ତୀ ଅବସରରେ କରିଡର ଖୋଲିଯିବ। 

ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ ଏହି କରିଡର କରତାପୁରର ଦରବାର ସିଂହକୁ ଭାରତରେ ପଞ୍ଜାବର ଗୁରୁଦାସପୁର ସ୍ଥିତ ଡେରା ବାବା ନାନକ ତୀର୍ଥସ୍ଥଳଳୀକୁ ସଂଯୋଗ କରିବ। ଭାରତୀୟ ତୀର୍ଥଯାତ୍ରୀଙ୍କୁ କେବଳ ଗୋଟିଏ ପରମିଟ୍ ନେଇ ଏହି କରିଡର ଜରିଆରେ କରତାପୁର ସାହିବ ଯାତ୍ରା କରିବାର ଅନୁମତି ମିଳିବ। କରତାପୁରର ଦରବାର ସାହିବକୁ ନାନକ ୧୫୨୨ରେ ସ୍ଥାପନ କରିଥିଲେ। ପାକିସ୍ତାନ ଭାରତୀୟ ସୀମାରୁ କରତାପୁର ସ୍ଥିତ ଗୁରୁଦ୍ଵାର ଦରବାର ସାହିବ ପର୍ଯ୍ୟନ୍ତ ଏବଂ ଭାରତ ପାକିସ୍ତାନ ସୀମାଠୁ ଗୁରୁଦାସପୁର ସ୍ଥିତ ଡେରା ବାବା ନାନକ ପର୍ଯ୍ୟନ୍ତ କରିଡର ନିର୍ମାଣ କରୁଛି। 

ପ୍ରଥମ ଥର କିଛି ପାକିସ୍ତାନୀ ଓ ବିଦେଶୀ ଗଣମାଧ୍ୟମ ସେପ୍ଟେମ୍ବର ୧୬ରେ ଲାହୋରରୁ ପ୍ରାୟ ୧୨୫ କିମି ଦୂର ନରଓ୍ଵାଲରେ ପ୍ରସ୍ତାବିତ କରତାପୁର କରିଡର ଗସ୍ତ କରିଥିଲେ। ସେହି ସମୟରେ ପ୍ରକଳ୍ପର ନିର୍ଦ୍ଦେଶକ ଆତିଫ ମଜିଦ କହିଥିଲେ ଯେ, କରିଡରର ୮୬ ପ୍ରତିଶତ କାମ ପୂରା ହୋଇ ସାରିଛି ଏବଂ ନଭେମ୍ବର ୯ରେ ଏହା ତୀର୍ଥ ଯାତ୍ରୀଙ୍କ ପାଇଁ ଖୋଲି ଦିଆଯିବ।

Subscribe

National International State Sports Entertainment