ମୋଦୀଙ୍କ ସର୍ବଦଳୀୟ ବୈଠକରେ ସାମିଲ ହେବେନି ମମତା ବାନାର୍ଜୀ
Khabar Odisha:national-odisha-mamata-banerjee-will-not-attend-meeting-of-presidents-of-all-political-parties-called-by-pm-modi
କୋଲକାତା, ଜୁନ ୧୮ (ଖବର ଓଡିଶା) :

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ସାମିଲ ହେବାକୁ ମନା କରି ଦେଇଛନ୍ତି । ଏହା ସହ ମମତା ଦଳ ଛାଡୁଥିବା ନେତାଙ୍କୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ମମତା ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କୁ ଚିଠି ଲେଖିଛନ୍ତି । 

ବୈଠରେ ସାମିଲ ହେବେ ନାହିଁ ବୋଲି ମମତା ଏହି ଚିଠିରେ ସ୍ପଷ୍ଟ ଭାବରେ କହିଛନ୍ତି । ସେହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି କି, ତୃଣମୂଳ କଂଗ୍ରେସ ଦୁର୍ବଳ ଦଳ ନୁହେଁ । ଯଦି ଦଳର ବିଧାୟକ ଟିଏମସି ଛାଡି ଯିବାକୁ ଚାହୁଁଛନ୍ତି ତେବେ ସେମାନେ ଯାଇ ପାରନ୍ତି । ମୁଁ ନିଜ ଦଳରେ ଚୋରଙ୍କୁ ରଖିବାକୁ ଚାହୁଁ ନାହିଁ । ଯଦି ଜଣେ ବ୍ୟକ୍ତି ଦଳ ଛାଡିବାକୁ ଚାହିଁବ ତେବେ ମୁଁ ପ୍ରତିବଦଳରେ ୫୦୦ ଲୋକଙ୍କୁ ପ୍ରସ୍ତୁତ କରି ପାରିବି । 

ଜୁନ ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଲୀୟ ବୈଠକ ଡକାଯାଇଥିଲା । ଏହା ବ୍ୟତୀତ ଜୁନ ୨୦ରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନଙ୍କୁ ନେଇ ଏକ ବୈଠକ ଡକା ଯାଇଥିଲା । ମୋଦୀ ଏକ ଦେଶ ଏକ ନିର୍ବାଚନ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସହ ବହୁ ମହତ୍ୱପୂର୍ଣ୍ଣ ମୁଦ୍ଦାରେ ଚର୍ଚ୍ଚା କରିବାକୁ ଚାହଁଥିଲେ ।   

Subscribe

National International State Sports Entertainment