କମଲନାଥଙ୍କ ନୂଆ ଯୋଜନା, ସରକାରଙ୍କ ଠାରୁ ୫୧,୦୦୦ ନେବାକୁ ହେଲେ ଶୌଚାଳୟରୁ ସେଲଫି ପଠାଇବେ ବର
Khabar Odisha:national-odisha-madhya-pradesh-a-loo-selfie-ritual-before-wedding-rites
ଭୋପାଳ, ଅକ୍ଟୋବର ୧୦ (ଖବର ଓଡିଶା) :

ମଧ୍ୟପ୍ରଦେଶର କମଲନାଥ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏବେ ରାଜ୍ୟରେ ଯଦି ବର ଶୌଚାଳୟରେ ଠିଆ ହୋଇ ସେଲଫି ପଠାଇବ ତେବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ/ନିକାହ ଯୋଜନାରେ ୫୧୦୦୦ ଟଙ୍କା ଦେବେ। କିନ୍ତୁ କନ୍ୟା ତାହାର ପତିଙ୍କ ଘରେ ଶୌଚାଳୟ ଅଛି ବୋଲି ସାବ୍ୟସ୍ତ କଲେ ଯାଇ ଆବେଦନ ସ୍ଵୀକାର୍ଯ୍ୟ ହେବ।

ସରକାରୀ କର୍ମଚାରୀମାନଙ୍କ ଶିଥିଳତା କାରଣରୁ ଯାଂଚ୍ ଠିକ୍ ଭାବରେ ହୋଇପାରୁ ନାହିଁ। ଏଥିପାଇଁ ବରଠାରୁ #ସେଲଫି-ଷ୍ଟାଣ୍ଟିଙ୍ଗ୍-ଇନ-ଟଏଲେଟ୍ ଦାବୀ କରାଯାଇଛି। ତେବେ ଏହି ସ୍କିମ କେବଳ ଗ୍ରାମୀଣ ଅଞ୍ଚଳରେ ନୁହେଁ ବରଂ ରାଜଧାନୀ ଭୋପାଳର ନଗର ନିଗମର ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

ଭୋପାଳର ସେଣ୍ଟ୍ରାଲ ଲାଇବ୍ରେରୀରେ ସାମୁହିକ ବିବାହରେ ସାମିଲ ହୋଇଥିବା ୭୪ ଯୋଡିଙ୍କ ମଧ୍ୟରୁ ସମୀର ନାମକ ଜଣେ ବର କହିଛନ୍ତି କି, ଶୌଚାଳୟରେ ଠିଆ ହୋଇ ବରର ଫଟୋ ନଲାଗିବା ଯାଏଁ ବିବାହ ପାଇଁ କାଜି ମନ୍ତ୍ର ପଢିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ୨୦୧୩ରେ ଏହି ସ୍କିମ୍ ଚାଲୁ କରିବା ପରେ ଟଏଲେଟର ସର୍ତ୍ତ ସାମିଲ ଥିଲା। କିନ୍ତୁ ଏବେ ଏଥିରେ ଫଟୋ କଥା ନୂଆକରି ଯୋଡା ଯାଇଛି। ସିଏମ୍ ବିବାହ ଯୋଜନାର ପ୍ରଭାରୀ ବିଏମସି ଅଧିକାରୀ ସି ବି ମିଶ୍ରା କହିଛନ୍ତି କି, ପୂର୍ବରୁ ଏହି ନୀତି ଟିକେ କୋହଳ ଥିଲା। ପୂର୍ବରୁ ବିବାହର ୩୦ ଦିନ ମଧ୍ୟରେ ବରକୁ ଶୌଚାଳୟ ନିର୍ମାଣ କରିବାକୁ କୁହାଯାଉଥିଲା। ଏମିତିରେ ଶୌଚାଳୟରେ ଠିଆ ହୋଇ ଫଟୋ ଦେବା ଭୁଲ୍ କଥା ନୁହେଁ। ଏହା ବିବାହ କାର୍ଡର ଅଂଶ ନୁହେଁ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ/ନିକାହ ଯୋଜନା ପଛୁଆ ବର୍ଗଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କରାଯାଇଛି। ଗତ ବର୍ଷ ଡିସେମ୍ବର ୧୮ରେ ଶାସନରେ ଆସିବା ପରେ କଂଗ୍ରେସ ସରକାର ଏହି ଯୋଜନା ଆଧାରରେ ମିଳୁଥିବା ସହାୟତା ରାଶି ୨୮,୦୦୦ରୁ ବୃଦ୍ଧି କରି ୫୧,୦୦୦ ଟଙ୍କା କରିଥିଲେ।

Subscribe

National International State Sports Entertainment