ଫଳାଫଳ ପୂର୍ବରୁ ବିକାଶ ପାଇଁ ଅଂଟା ଭିଡିଲେଣି ମୋଦୀ, ପ୍ରସ୍ତୁତ କରୁଛନ୍ତି ୧୦୦ ଦିନର ଏଜେଣ୍ଡା
Khabar Odisha:national-odisha-lok-sabha-election-2019-ahead-poll-results-pm-directs-officials-to-prepare-100-day-agenda
ନୂଆଦିଲ୍ଲୀ, ଅପ୍ରେଲ ୧୫ (ଖବର ଓଡିଶା) :

 ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ମଇ ୨୩ରେ ଘୋଷଣା ହେବାକୁ ଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଶାସନରେ ଫେରିବେ ବୋଲି ଆଶ୍ୱସ୍ତ ଅଛନ୍ତି । ଏହି କାରଣରୁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ପରାମର୍ଶକଙ୍କୁ ଆସନ୍ତା ସରକାରଙ୍କ ପ୍ରଥମ ୧୦୦ ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିବା ପାଇଁ କହିଛନ୍ତି । ୫ ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ କିଭଳି ବିକାଶ କରାଯାଇପାରିବ ଏହି ଯୋଜନାର ଲକ୍ଷ୍ୟ ରହିଛି । 

ମୋଦୀ ସରକାରଙ୍କ ତିନି ଜଣ ଅଧିକାରୀଙ୍କ ମୁତାବକ, ସ୍ୱଚ୍ଛଭାରତ, ରୋଜଗାର, ଆର୍ଥିକ ପରିବର୍ତନ କରିବାରେ ଏଜେଣ୍ଡା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ ପ୍ରଚାର ବ୍ୟସ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।  ଏଗୁଡିକ ମଧ୍ୟରୁ ପ୍ରମୁଖ କ୍ଷେତ୍ର ହେଉଛି ତୈଳ ଏବଂ ଗ୍ୟାସ, ଖଣିଜ ପଦାର୍ଥ, ମୁକ୍ତ ଶିକ୍ଷା ଆଦି ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବ । ଯାହା ଫଳରେ ୨୦୪୭ ମଧ୍ୟରେ ଭାରତ ଏକ ବିକଶିତ ରାଷ୍ଟ୍ର ରୂପରେ ପରିଣତ ହୋଇ ପାରିବ । 

ଗୋଟିଏ ପଟେ ଲୋକସଭା ନିର୍ବାଚନକୁ ନେଇ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀତ ଥିବା ବେଳେ ପ୍ରଧାନମନ୍ତ୍ରୀ, ନୀତି ଆୟୋଗ ଏବଂ ପିଏସଏ ୱିକେଣ୍ଡରେ ବେଠକ କରୁଛନ୍ତି । ୧୦୦ ଦିନର ଏହି ଯୋଜନା ଉଚ୍ଚ ବିକାଶ କ୍ଷେତ୍ର ଏବଂ ରୋଜଗାର ସୃଜନ ଉପରେ ଧ୍ୟାନ କେନ୍ଦ୍ରୀତ କରିବ । ଉଚ୍ଚ ବିକାଶ କ୍ଷେତ୍ରରେ ଖଣି, କୋଇଲା, ଶକ୍ତି ଏବଂ ଉର୍ଜା ସାମିଲ ରହିଛି ।  

Subscribe

National International State Sports Entertainment