ମଧ୍ୟ ରାତ୍ରୀରେ ପାକିସ୍ତାନ ସୀମାରେ ଗର୍ଜିଲେ ଭାରତୀୟ ଫାଇଟର ଜେଟ, ଶତ୍ରୁଙ୍କୁ ଦେଖାଇଲେ ଦମ
Khabar Odisha:national-odisha-indian-airforce-carries-out-exercise-pakistan-punjab-super-sonic-boom-
ନୂଆଦିଲ୍ଲୀ , ମାର୍ଚ୍ଚ ୧୫ (ଖବର ଓଡିଶା) :

 ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାରେ ଏୟାରଷ୍ଟ୍ରାଇକ ପରେ ୨ଟି ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଯେକୌଣସି ଅପ୍ରତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ଅଛି ।  ଏହି କ୍ରମରେ ଭାରତୀୟ ବାୟୁସେନା ଗୁରୁବାର ରାତିରେ ପଞ୍ଜାବର ପାକିସ୍ତାନ ସୀମାରେ ଅଭ୍ୟାସ କରିଛନ୍ତି । ଏହି ଅଭ୍ୟାସରେ ଭାରତୀୟ ବାୟୁସେନାର ବଡ ସଂଖ୍ୟାରେ ବିମାନ ସାମିଲ ହୋଇଥିଲା । ପଞ୍ଜାବର ପାକିସ୍ତାନ ସୀମା ପାଖରେ ଭାରତୀୟ ବାୟୁସେନାର ଅଭ୍ୟାସ ଚାଲିଥିବା ସମୟରେ ଆଖପାଖର ଅଞ୍ଚଳରେ ଭାରିମାତ୍ରାରେ ବିସ୍ପୋରଣ ହେବାର ଶଦ୍ଦ ଶୁଣାଯାଇଥିଲା । ଏହି ସମୟରେ ଅମୃତସର ସହର ଲୋକମାନେ ଭୟରେ ରହିଥିଲେ । ଅଭ୍ୟାସ ସମୟରେ ବଡ ସଂଖ୍ୟାକ ବାୟୁସେନାର ଯୁଦ୍ଧ ବିମାନ ପଞ୍ଜାବ ଏବଂ ଜାମ୍ମୁ ଉପରେ ସୁପର ସେନିକ ବୁମ ତିଆରି କରିଥିଲେ । ଏଥିପାଇଁ ବିମାନ ଯିବା ପରେ ମଧ୍ୟ ଭାରି ମାତ୍ରାରେ ବିସ୍ପୋରକ ଶଦ୍ଦ ହୋଇଥିଲା ।

ପଞ୍ଜାବର ଅମୃତସର ସହରରେ ଗୁରୁବାର ଏବଂ ଶୁକ୍ରବାର ରାତିରେ ବିସ୍ପୋରକ ଶଦ୍ଦରେ ଲୋକମାନେ ଡରିଯାଇଥିଲେ । ଏହି ସମୟରେ ଏହାର କାରଣ ଜଣାପଡିନଥିଲା । ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ । 

ସ୍ଥାନୀୟ ପ୍ରଶାସନ ରାତ୍ରରେ ଆସି ସ୍ଥାନୀୟ ଲୋକମାନଙ୍କ ସହ କଥାବାର୍ତା ହୋଇଥିଲେ । ଏହାକୁ ଧ୍ୟାନ ନଦେବାକୁ କହିଥିଲେ । ଲୋକମାନେ ଏହାକୁ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା କଥାକୁ ବିଶ୍ୱାସ ନକରିବା ପାଇଁ କହିଛନ୍ତି । ସବୁ କିଛି ଠିକ ଅଛି । ଆମର ସୂଚନା ମୁତାବକ କିଛି ବି ହୋଇନାହିଁ । ଏହା ପୂର୍ବରୁ ପାକିସ୍ତାନ ଏକ ଯୁଦ୍ଧ ବିମାନ ବୁଧବାର ଦିନ ଜାମ୍ମୁ କାଶ୍ମୀର ଅନ୍ତରାଷ୍ଟ୍ରୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ପାଖରେ ଦେଖିଥିଲା । ରକ୍ଷା ମନ୍ତ୍ରାଳୟ ସୂତ୍ରରୁ କୁହାଯାଇଛି କି ଭାରତୀୟ ବିମାନକୁ ପାକିସ୍ତାନ ସୀମାର ୧୦ କିଲୋମିଟର ଭିତରେ ଦେଖାଯାଇଛି । ଏହି ଅଧିକାରୀ କହିଛନ୍ତି କି ୨୭ ଫେବୃଆରୀ ନୌସେରା ସେକ୍ଟର ରେ ଆସି ପାକିସ୍ତାନ ଯୁଦ୍ଧ ବିମାନକୁ ପାକିସ୍ତାନ ସୀମାକୁ ପଠାଯାଇଥିଲା ।

Subscribe

National International State Sports Entertainment