ଆସନ୍ତା କାଲି ୬ଟାରୁ ସର୍ବଭାରତୀୟ ସ୍ତରରେ ଡାକ୍ତରଙ୍କ ଧର୍ମଘଟ, କେବଳ ମିଳିବ ଜରୁରୀକାଳିନ ସେବା
Khabar Odisha:national-odisha-ima-to-go-ahead-with-june-17-nationwide-strike-in-support-of-protesting-bengal-doctors
ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡିଶା) :

 ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ପରେ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଆସନ୍ତା କାଲି ୨୪ ଘଂଟା ପାଇଁ ସର୍ବ ଭାରତୀୟ ସ୍ତରରେ ବନ୍ଦ ପାଳନ ହେବାକୁ ଯାଉଛି । ଆସନ୍ତା କାଲି ସକାଳ ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଘଟ ହେବ । ଏହି ସମୟରେ ଜରୁରୀକାଳିନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।  

ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ସହ ହୋଇଥିବା ହିଂସାକାଣ୍ଡକୁ ବିରୋଧ ପ୍ରଦର୍ଶନ କରି ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ଡାକ୍ତରଙ୍କୁ ଏବଂ ମେଡିକାଲ ପେଶାଦାର ଲୋକଙ୍କୁ ସୁରକ୍ଷା ଦେବାକୁ ସୁନିଶ୍ଚିତ କରିବାକୁ କହିବା ପରେ ଆଇଏମଏ ପକ୍ଷରୁ ଏହି ଘୋଷଣା କରାଯାଇଥିଲା । 

ଦେଶର ସର୍ବ ବୃହତ୍ତମ ମେଡିକାଲ ସଂସ୍ଥା ଆଇଏମଏ ଦାବୀ କରିଛି କି, କେନ୍ଦ୍ରୀୟ ସ୍ତରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନିୟମ ଆସିବା ଆବଶ୍ୟକ । ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବା ନିହାତି ଜରୁରୀ । ଡାକ୍ତରଙ୍କ ବିରୋଧରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଇପିସି ଏବଂ ସିପିସିରେ ପରିବର୍ତନ ଆସିବା ଦରକାର । ତେବେ ଆସନ୍ତା କାଲି ସକାଳ ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀକାଳିନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରକାରର ସେବା ବନ୍ଦ ରହିବ । ଅନ୍ୟ ପଟେ ଆଇଏମଏ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି ଡାକ୍ତରଙ୍କ ବିରୋଧରେ ହେଉଥିବା ହିଂସାକୁ ରୋକିବାକୁ କାନୁନ ଆଣିବାକୁ ଦାବୀ କରିଛନ୍ତି । 

Subscribe

National International State Sports Entertainment