ବିଳାସମୟ ଜୀବନଶୈଳୀର ପୁଣି ନମୁନା ଦେଖାଇଲେ ରୋବର୍ଟ ଭଦ୍ରା, ସାମ୍ବାଦିକଙ୍କ ପ୍ରଶ୍ନରୁ ଲୁଚିଲେ
Khabar Odisha:national-odisha-ed-robert-vadra-video-viral-british
ନୂଆଦିଲ୍ଲୀ, ଫେବ୍ରୁଆରୀ୧୧(ଖବର ଓଡିଶା)

ବିଦେଶରେ ସମ୍ପତ୍ତି କିଣିବା ସହ ଜଡିତ କଥିତ ଟଙ୍କା ହେରଫେର ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତର ସାମ୍ନା କରୁଥିବା ରୋବର୍ଟ ଭଦ୍ରା ପୁଣି ଥରେ ନିଜର ବିଳାସମୟ ଜୀବନଶୈଳୀର ନମୁନା ଦେଖାଇଛନ୍ତି । ରୋବର୍ଟ ଭଦ୍ରା ଲକ୍ଷ ଲକ୍ଷ ଟଙ୍କାର ପ୍ରିମିୟର ବାଇକରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ  । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାକୁ ଚାହିଁଥିଲେ କିନ୍ତୁ ସେ ସେଠାରୁ ସେ ପଳାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଭିଡିଓରେ ଆପଣମାନେ ଦେଖିପାରୁଥିବେ ରୋବର୍ଟ ଭଦ୍ରା ଦିଲ୍ଲୀରେ ବାଇକ ଚଲାଉଥିଲେ  । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାକୁ ତାଙ୍କ ପଛରେ ଦୌଡିଥିଲେ କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବା ବଦଳରେ ନିଜର ଘର ଭିତରକୁ ଚାଲିଯାଇଥିଲେ । ଇତି ମଧ୍ୟରେ ତାଙ୍କ ସୁରକ୍ଷାକର୍ମୀ ମାନେ ସାମ୍ବାଦିକମାନଙ୍କୁ ଅଟକାଇଥିଲେ । 

ସୂଚନାଯୋଗ୍ୟ ଯେ ଲଂଣ୍ଡନ ଗୋଟିଏ ସମ୍ପତ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ କରୁଥିବା ରୋବର୍ଟ ଭଦ୍ରାଙ୍କୁ 6 ଫେବ୍ରୁଆରୀ ପରଠାରୁ ଅନେକଥର ଜେରା କରାଯାଇଛି । ଏହି ମାମଲା ଲଣ୍ଡନର ବ୍ରାୟନଷ୍ଟନ ସ୍ଥିତ 19 ଲକ୍ଷ ପାଉଣ୍ଡର ସମ୍ପତ୍ତିର କିଣିବାରେ କଥିତ ହେରଫେର ମାମଲା ସହ ଜଡିତ ।

Subscribe

National International State Sports Entertainment