ଦିଲ୍ଲୀ ପୁଲିସର ବଡ ସଫଳତା, ୩୩୨କୋଟିର ହିରୋଇନ ଜବତ ୧୦ ଗିରଫ
Khabar Odisha:national-odisha-delhi-delhi-police-special-cell-arrested-10-people-with-83-kg-heroine-worth-rupees-332-crore
ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡିଶା) :

 ଦକ୍ଷିଣ ଏବଂ ଉତର ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୁଲିସ ୮୩ କିଲୋଗ୍ରାମର ହିରୋଇନ ଜବତ କରିବା ସହ ଏବଂ ୧୦ ଜଣ ଲୋକଙ୍କୁ ଗିରଫ କରିଛି । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ହିରୋଇନର ଦାମ ୩୩୨ କୋଟି । 

ସୂଚନାଯୋଗ୍ୟ, ଗତକାଲି ଏହିଭଳି ଏକ ଘଟଣା ଘଟିଥିଲା । ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ସିଆଇଏସଏଫର ଯବାନ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଧୂପକାଠି ପ୍ରସ୍ତୁତ ପାଇଁ ଲାଗୁଥିବା କାଠି ଜବତ କରିଥିଲେ । ଜବତ ହୋଇଥିବା କାଠିର ମୂଲ୍ୟ ୨କୋଟି ଟଙ୍କା । ଏହା ପରେ ସିଆଇଏସଏଫ ଯାତ୍ରୀଙ୍କୁ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛନ୍ତି । କଷ୍ଟମ ବିଭାଗ ଏବେ ପଚରାଉଚୁରା କରି ଯାତ୍ରୀଙ୍କୁ ଅଟକ ରଖିଛି । 

ସିଆଇଏସଏଫର ଅଧିକାରୀଙ୍କ ମୁତାବକ, ମାର୍ଚ୍ଚ ୧୩ରେ ରାତି ତିନିଟାରେ ସିଆଇଏସଏଫର ଇଂଟେଲିଜେନ୍ସ ଟିମ ବିମାନ ବନ୍ଦରରେ ପହଂଚି ଯାତ୍ରୀମାନଙ୍କୁ ଯାଂଚ୍ କରିଥିଲା । ଏହି ସମୟରେ ସଂପୃକ୍ତ ଯାତ୍ରୀଙ୍କ ବ୍ୟାଗକୁ ଜବତ କରାଯାଇଥିଲା । 

Subscribe

National International State Sports Entertainment