ଧ୍ୟାନ ଦିଅନ୍ତୁ ଦର୍ଶକ, ଫିଲ୍ମ ପାଇଁ ଟିକେଟ୍ ବୁକିଂ କଲେ ଅତିରିକ୍ତ ଚାର୍ଜ ନେଉଛି ବୁକ ମାଇଁ ସୋ, ମାମଲା ରୁଜୁ
Khabar Odisha:national-odisha-bookmyshow-pvr-booked-for-charging-customers-extra-fee-on-movie-tickets
ନୂଆଦିଲ୍ଲୀ ,ମାର୍ଚ୍ଚ ୧୫ (ଖବର ଓଡିଶା ):

ମୋବାଇଲ ଏବଂ କଂମ୍ପ୍ୟୁଟର ମାଧ୍ୟମରେ ଫିଲ୍ମ ଟିକେଟ ବୁକ୍ କରିବା ବହୁତ ସହଜ  ହୋଇଗଲାଣି । କେବେ ଆପଣ ଭାବିଛନ୍ତି ପ୍ରତିଟି ଟିକେଟ ପାଇଁ ଆପଣଙ୍କୁ ଅତିରିକ୍ତ ଇଂଟରନେଟ୍ ବ୍ୟବହାର ଫିସ୍ ଦେବାକୁ ପଡୁଛି ଏବଂ ସେସବୁ କଣ  । ଆରଟିଆଇ ସୂଚନା ମୁତାବକ ଏହାର ଖୁଲାସା ହୋଇଛି କି କିଛି ବି ପ୍ଲାର୍ଟଫର୍ମ ଦ୍ୱାରା ଟିକେଟ କରିବା ପାଇଁ କିଛି ବି ଇଂଟରନେଟ୍ ବ୍ୟବହାର କଲେ ଫିସ୍ ଦେବାକୁ ପଡେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ।

ଦ ନ୍ୟୁଜ୍ ମିନିଟର ରିପୋର୍ଟ ମୁତାବକ, ଆରଟିଆଇରୁ ଖୁଲାସା ହୋଇଛି ଯେ, ଫିଲ୍ମ ଟିକେଟ୍ ବୁକିଂ ସର୍ଭିସ ଉପଲବ୍ଧ କରାଉଥିବା କୌଣସି ପ୍ଲାଟଫର୍ମରେ ଗ୍ରାହକଙ୍କଠୁ ଅଧିକ ଶୁଳ୍କ ନେବାର ଅଧିକାର ନାହିଁ।

ଆରବିଆଇ ହାଇଦ୍ରାବାଦ ସ୍ଥିତ ଫୋରମ ଅଗଷ୍ଟ କର୍ପୋରେସନ ସଭାପତି ବିଜୟ ଗୋପାଳ ଦ୍ୱାରା ଏକ ଆରଟିଆଇର ଜବାବରେ କହିଛନ୍ତି ଯେ, ଟିକେଟର ଫିସ୍ ଇଂଟରନେଟ ଆଧାରିତ ଅନଲାଇନ ଟ୍ରାନଜେକ୍ସନ ଡିଲରଙ୍କୁ ଦ୍ୱାରା ବ୍ୟାଙ୍କକୁ ଦିଆଯାଇଥାଏ । କିନ୍ତୁ ଯଦି ଫିଲ୍ମର ଟିକେଟ୍ କଥା କୁହାଯାଏ ତେବେ ଏହି ଫିସ ଏବେ ଅନଲାଇନ ଟିକେଟ ବୁକିଂ କରୁଥିବା  ପୋର୍ଟାଲକୁ ଦିଆଯାଏ। ଯେଉଁ ସୁବିଧା  ବୁକ ମାଇଁ ସୋ ଦେଉଛି।

ଦ ନ୍ୟୁଜ ମିନିଟରେ ଉଦାହରଣ ଦିଆଯାଇ କୁହାଯାଇଛି ଯେ ଯଦି ଆପଣ ବୁକ ମାଇଁ ସୋ ରେ ଏକ ମୁଭି ଟିକେଟ୍ ବୁକ୍ କରୁଛନ୍ତି ତେବେ ଏହାର ଦାମ ୧୫୭.୮୨ ଟଙ୍କା ହୋଇଥାଏ । କିନ୍ତୁ ଏହି ଟିକେଟକୁ ହାଇଦ୍ରାବାଦର ଏକ ମଲରେ ପିଭିଆର ଦ୍ୱାରା ବୁକିଂ କରିବା ଦ୍ୱାରା ଏହାର ଦାମ ୧୩୮ ଟଙ୍କା ଦେବାକୁ ପଡିଥାଏ । ପୋଟାଲ ଇଂଟରନେଟ ଚାର୍ଜ ୧୯.୮୨ ଦେବାକୁ ପଡିଥାଏ । ଏଥିରେ ବୁକିଂ ଚାର୍ଜ ୧୬.୮୦ ଟଙ୍କା ଏବଂ ୩.୦୨ ଇନଟିଗ୍ରେଟେଡ ଜିଏସଟି ସାମିଲ ହୋଇଛି ।

ଏଠାରେ ଅନେକ ଲୋକ ଲାଇନରେ ଠିଆହୋଇ ଏହି ଫିସର ଧ୍ୟାନ ଦେଇନଥାନ୍ତି । କିନ୍ତୁ ୧୬.୮୦ ଟଙ୍କା ବୁକ ମାଇ ସୋରେ ବୁକିଂ କଲେ ଦେବାକୁ ପଡିଥାଏ । ଏହି କେସର ଶୁଣାଣି ମାର୍ଚ୍ଚ ୨୩ରେ ହେବ ବୋଲି ଆଶା କରାଯାଉଛି।

Subscribe

National International State Sports Entertainment