ଟେରର୍ ଫଣ୍ଡିଂ: ଆସିୟା ଅନ୍ଦ୍ରାବୀଙ୍କ ସ୍ୱୀକାରୋକ୍ତି, ବିଦେଶରୁ ଟଙ୍କା ଆଣି କାଶ୍ମୀରରେ କରୁଥିଲେ ପ୍ରଦର୍ଶନ
Khabar Odisha:national-odisha-asiya-andrabi-says-she-get-money-against-indian-army-in-jammu-kashmir
କାଶ୍ମୀର, ଜୁନ ୧୭(ଖବର ଓଡିଶା):

ଦୁଖରାନ-ଏ-ମିଲତର କୁଖ୍ୟାତ ନେତା ଆସିୟା ଅନ୍ଦ୍ରାବୀ ବିଦେଶରୁ ଟଙ୍କା ନେଇ କାଶ୍ମୀର ଘାଟିରେ ଅରାଜକତା ସୃଷ୍ଟି କରୁଥିଲେ । ଏପରିକି ସେନା ବିରୋଧରେ ମଧ୍ୟ ପ୍ରଦର୍ଶନ କରୁଥିଲେ । ଏନଆଇଏର ପଚରାଉଚରାରେ ସେ ଏହି ଖୁଲାସା କରିଛନ୍ତି ।

ଏନଆଇଏ ଦ୍ୱାରା ଜେରା ସମୟରେ ଆସିୟା କହିଛନ୍ତି ଯେ, ତାଙ୍କୁ ବିଦେଶରୁ ଟଙ୍କା ମିଳୁଥିଲେ । ଫଳରେ ସେ କାଶ୍ମୀରରେ ଅରାଜକତା ଏବଂ ଅଶାନ୍ତି ସୃଷ୍ଟି କରୁଥିଲେ । ଏହାସହ ସେନା ବିରୋଧରେ ମଧ୍ୟ  ସେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏନଆଇଏର କହିବାନୁସାରେ, ଆସିୟା ମାଲେସିୟାରେ ତାଙ୍କୁ ପୁଅ ପଢୁଥିବା ଫଣ୍ଡିଂ ବିଷୟରେ କିଛି ପ୍ରମାଣ ଦେଖାଇଛନ୍ତି । ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇଥିବା ଜହୁର ବଟାଲୀ ତାଙ୍କ ପୁଅର ପଢାଖର୍ଚ୍ଚ ବହନ କରୁଛି । ଏହା ମଧ୍ୟ ସେ ସ୍ୱୀକାର କରିଛି ।

ଜାତୀୟ ତଦନ୍ତକାରୀ ସଂସ୍ଥା ହୁରିଆତ ଏବଂ ଅନ୍ୟ ବିଛିନ୍ନତାବାଦୀ ନେତାଙ୍କୁ ଜେରା କରିବା ପରେ କହିଛି, କାଶ୍ମୀରର ଅରାଜକତା ବଢିବା ପଛରେ ପାକିସ୍ତାନର ହାତ ରହିଛି । ପାକିସ୍ତାନ ସମର୍ଥିତ ଏଜେଂଟ ବିଦେଶରୁ ଟଙ୍କା ଆଣି ଜମ୍ମୁ-କାଶ୍ମୀର ପଠାଇଥାନ୍ତି ।

  • Tags:

Subscribe

National International State Sports Entertainment