ମିଆଁମାର ସହ ମିଶି ଆତଙ୍କବାଦୀଙ୍କ ବହୁ ଠିକଣାସ୍ଥଳୀ ଧ୍ୱଂସ କରିଛି ଭାରତୀୟ ସେନା : ସୂତ୍ର
Khabar Odisha:national-odisha-another-surgical-strike-by-indian-army-destroying-terrorists-camps-in-myanmar-borders
ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡିଶା) :

  ଆତଙ୍କବାଦୀଙ୍କୁ ଏବେ ଭାରତ ଦୃଢ ଭାବରେ ସାମ୍ନା କରୁଛି । ପାକିସ୍ତାନ ଅଧୀକୃତ କାଶ୍ମୀରରେ ଭାରତୀୟ ବାୟୁସେନା ତରଫରୁ ଜୈଶ-ଏ-ମହମ୍ମଦର ଠିକଣା ସ୍ଥଳରେ କରାଯାଇଥିବା ଏୟାର ଷ୍ଟ୍ରାଇକର କିଛି ଦିନ ପରେ ଭାରତୀୟ ସେନା ଏବେ ମିଆଁମାର ସୀମାରେ ଉପସ୍ଥିତ ଥିବା ଆତଙ୍କବାଦୀଙ୍କ ଠିକଣାରେ ଆକ୍ରମଣ କରିଛି । ଭାରତୀୟ ସେନା ମିଆଁମାର ସେନା ସହ ମିଶି ଅପରେଶନକୁ ସଫଳ କରିଛି । 

ସୂଚନା ମୁତାବକ, ଉତର ପୂର୍ବ ପାଇଁ ଏକ ବଡ ଏବଂ ମୁଖ୍ୟ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ କରାଯାଉଛି ଯାହାକି ମିଆଁମାରର ବନ୍ଦର ଜରିଆରେ କୋଲକତା ଠାରୁ ମିଜୋରାମ ସହ ଯୋଡୁଛି । ଏହି ଆତଙ୍କୀ ସଙ୍ଗଠନକୁ ଟାର୍ଗେଟରେ ରଖାଯାଇଥିଲା । ମିଆଁମାରର ବିଦ୍ରୋହ ସମୂହ ଅରାକାନ ଆର୍ମି ମିଜୋରାମ ସୀମାରେ ଠିକଣା ସ୍ଥଳୀ କରିଥିଲେ । ଯାହାକି କଳାଦାନ ପ୍ରୋଜେକ୍ଟକୁ ନିରାଶ କରୁଥିଲା । ଅରାକାନ ଆର୍ମିକୁ କାଚିନ ସ୍ୱାଧୀନ ଆର୍ମି ଦ୍ୱାରା ଉତର ବର୍ଡର ଚୀନ ପର୍ଯ୍ୟନ୍ତ ଟ୍ରେନିଙ୍ଗ ଦିଆଯାଇଛି । ବିଦ୍ରୋହୀମାନେ ଅରୁଣାଚଳରୁ ମିଜୋରାମ ସୀମା ପର୍ଯ୍ୟନ୍ତ ୧୦୦୦ କିମି ଯାତ୍ରା କରିଛନ୍ତି । 

ତେବେ ପ୍ରଥମ ପର୍ଯ୍ୟାୟରେ ମିଜୋରାମ ସୀମାରେ ନବନିର୍ମିତ ଶିବିରକୁ ଧ୍ୱସ୍ତ କରିବା ପାଇଁ ସଂଯୁକ୍ତ ଅଭିଯାନ ଚାଲିଥିଲା । ଅପରେଶନର ଦ୍ୱିତୀୟ ଭାଗରେ ଟାଗାରେ ଏନଏସସିଏନ ମୁଖ୍ୟାଳୟକୁ ଟାର୍ଗେଟ କରାଗଲା ଏବଂ ବହୁ ଶିବିର ଗୁଡିକୁ ଧ୍ୱଂସ କରି ଦିଆଗଲା । ରୋହିଙ୍ଗ୍ୟା ଆତଙ୍କୀ ସମୂହ ଅରାକାନ ଆର୍ମି ଏବଂ ନାଗା ଆତଙ୍କୀ ସମୂହ ଏନଏସସିଏନ ବିରୋଧରେ ୨ ସପ୍ତାହ ଲମ୍ବା ସଂଯୁକ୍ତ ଭାରତ ମିଆଁମାର ଅପରେଶନ ଚାଲିଥିଲା । ଆତଙ୍କୀ ସମୂହ କଳାଦାନ ମଲ୍ଟି ମେଡାଲ ପ୍ରୋଜେକ୍ଟ ଭଳି ଭାରତର କନେକ୍ଟିଭିଟି ପରିଯୋଜନା ବିରୋଧରେ ଆକ୍ରମଣର ଯୋଜନା କରାଯାଇଥିଲା । 

Subscribe

National International State Sports Entertainment