କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଅଖଣ୍ଡ ଭାରତ କରିଛି ବିଜେପି- ଅମିତ ଶାହା
Khabar Odisha:national-odisha-amit-shah-rally-in-maharashtra-assembly-election-for-bjp-shiv-sena-alliance
ମୁମ୍ବାଇ, ଅକ୍ଟୋବର ୧୦ (ଖବର ଓଡିଶା) :

ଅକ୍ଟୋବର ୨୧ରେ ହେବାକୁ ଥିବା ନିର୍ବାଚନକୁ ନେଇ ବିଜେପି ତତ୍ପର ହୋଇଛି। ଏଥିପାଇଁ ପ୍ରଚାର ପ୍ରସାର ଚାଲିଛି। ତେବେ ଆଜି ମହାରାଷ୍ଟ୍ରର ସାଙ୍ଗଲୀରେ ନିର୍ବାଚନୀ ରାଲି ସମ୍ବୋନ୍ଧିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପହଁଚିଛନ୍ତି। ଏହି ଅବସରରେ ଜନତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି କି, ଆମେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଦେଶକୁ ଏକଜୁଟ କରିବାର କାମ କରିଛୁ। କିନ୍ତୁ କଂଗ୍ରେସ ଏବଂ ଏନସିପି ଆମର ବିରୋଧ କରିଛନ୍ତି। ପ୍ରଦେଶରେ ନିର୍ବାଚନର ଶଙ୍ଖନାଦ ବାଜି ସାରିଛି। ଗୋଟିଏ ପଟେ ବିଜେପି ଓ ଶିବସେନା ପକ୍ଷରୁ ଦେବେନ୍ଦ୍ର ଫଡଣବୀସ ନିର୍ବାଚନ ଲଢୁଥିବା ସମୟରେ ଅନ୍ୟ ପଟେ କଂଗ୍ରେସ ଏବଂ ଏନସିପି ଭଳି ପରିବାରବାଦୀ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଏବେ ଏବେ ଲୋକସଭା ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ମହାରାଷ୍ଟ୍ରର ଜନତା ମୋଦୀଙ୍କୁ ବହୁମାତ୍ରାରେ ସମର୍ଥନ କରିଛନ୍ତି। ଯାହା ଫଳରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବହୁମତ ହାସଲ କରି ବିଜେପି ସରକାର ଗଠନ କରିଛି। 

ଅଖଣ୍ଡ ଭାରତର ସ୍ଵପ୍ନ ପୂରଣ କରିଛନ୍ତି ମୋଦୀ ସରକାର

ଅମିତ ଶାହା ସମ୍ବୋଧନ କରିବା ସମୟରେ କହିଛନ୍ତି କି, ଧାରା ୩୭୦ ଉଚ୍ଛେଦ କରି ଦେଶରୁ ଦୁଇ ବିଧାନ ଦୁଇ ପ୍ରଧାନ ପ୍ରଥା ସମାପ୍ତ କରାଯାଇଛି। ଦେଶକୁ ଅଖଣ୍ଡ କରିବା ପାଇଁ ଏହି ମହାନ ପଦକ୍ଷେପ ନିଆଯାଇଛି। ସର୍ଦ୍ଦାର ପଟେଲଙ୍କର ସ୍ଵପ୍ନ ଆଜି ପୂରଣ ହୋଇଛି। ଏହି ସମୟରେ ଶାହା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

Subscribe

National International State Sports Entertainment