ତିନି ମାସରେ ସ୍ଥିର କରାଯାଉ “ଅଳ୍ପସଂଖ୍ୟକ”ର ନୂତନ ପରିଭାଷା, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Khabar Odisha:national-odisha-supreme-court-directs-minority-commission-over-definition-of-minority
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା):

ଅଳ୍ପସଂଖ୍ୟକର ପରିଭାଷା ସ୍ଥିର କରିବା ପାଇଁ ବିଜେପି ନେତା ଅଶ୍ଵିନି ଉପାଧ୍ୟାୟଙ୍କ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହା ପରେ କୋର୍ଟ ଅଳ୍ପସଂଖ୍ୟକଙ୍କ ପରିଭାଷା ସ୍ଥିର କରିବାକୁ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି। 

ଯାଚିକାରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗ ଅଧିନିୟମର ଧାରା ୨(ସି)କୁ ରଦ୍ଦ କରିବାକୁ ଯାଚିକାରେ ଦାବି କରାଯାଇଥିଲା। ଯାଚିକାରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଧାରା ଅନୁଚ୍ଛେଦ ୧୪, ୧୫ ଓ ୨୧ର ଉଲ୍ଲଙ୍ଘନ କରୁଛି। 

୧୯୯୩ ଅଧିସୂଚନା ରଦ୍ଦ କରିବାକୁ ଦାବି

ଏହି ଧାରାରେ କେନ୍ଦ୍ର ସରକାରଙ୍କୁ କୌଣସି ମଧ୍ୟ ସମୁଦାୟକୁ ଅଳ୍ପସଂଖ୍ୟକ ଘୋଷିତ କରିବାର ଅସୀମିତ ଅଧିକାର ଦେଇଛି। ଯାଚିକାରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର ୧୯୯୩ ଅକ୍ଟୋବର ୨୩ରେ ପ୍ରଣୟନ ଏହି ଅଧିସୂଚନାକୁ ରଦ୍ଦ କରାଯାଉ, ଯେଉଁଥିରେ ୫ ସମୁଦାୟ ମୁସଲମାନ, ଖ୍ରୀଷ୍ଟ, ବୌଦ୍ଧ, ଶିଖ ଓ ପାରସିକୁ ଅଳ୍ପସଂଖ୍ୟକ  ଘୋଷିତ କରାଯାଇଥିଲା। 

ଉପାଧ୍ୟାୟ ନିଜର ଯାଚିକାରେ କହିଥିଲେ ଯେ ଦେଶବ୍ୟାପୀ  ଜନସଂଖ୍ୟାର ତଥ୍ୟ ପରିବର୍ତ୍ତେ ରାଜ୍ୟରେ ଏକ ସମୁଦାୟର ଜନସଂଖ୍ୟା ସଂଦର୍ଭରେ ଅଳ୍ପସଂଖ୍ୟକ ଶବ୍ଦକୁ ପୁନଃ ପରିଭାଷିତ କରିବା ଏବଂ ଏହା ଉପରେ ପୁନଃବିଚାର କରାଯିବାର ଆବଶ୍ୟକତା ରହିଛି। ଯାଚିକାରେ ଏହା ମଧ୍ୟ କୁହାଯାଇଥିଲା ଯେ ରାଷ୍ଟ୍ରବ୍ୟାପୀ ତଥ୍ୟ ମୁତାବକ ହିନ୍ଦୁ ବହୁ ସଂଖ୍ୟକ ସମୁଦାୟ ମାତ୍ରମ ପୂର୍ବୋତର ଓ ଜାମ୍ମୁ ଓ କାଶ୍ମୀରରେ ହିନ୍ଦୁ ଅଳ୍ପସଂଖ୍ୟକ। ତେଣୁ ହିନ୍ଦୁ ସମୁଦାୟ ସେହି ଲାଭରୁ ବଞ୍ଚିତ ହେଉଛନ୍ତି, ଯାହା ଏହି ରାଜ୍ୟରେ ଅଳ୍ପସଂଖ୍ୟକ ପାଇଁ ଅନେକ ବ୍ୟବସ୍ଥା ରହିଛି। 

ଯାଚିକାରେ ଦିଆଯାଇଛି ଏହି ତର୍କ

ଯାଚିକାରେ ତର୍କ ଦେଇ ମୁସଲିମ ଜନସଂଖ୍ୟାର ତଥ୍ୟ ମଧ୍ୟ ଦିଆଯାଇଛି। ଲାକ୍ଷାଦ୍ଵୀପରେ ମୁସଲିମ ଜନସଂଖ୍ୟା ୯୬.୨୦ ପ୍ରତିଶତ, ଜାମ୍ମୁ-କାଶ୍ମୀରରେ ୬୮.୩୦ ପ୍ରତିଶତ, ଆସାମରେ ୩୪.୨୦ ପ୍ରତିଶତ, ପଶ୍ଚିମବଙ୍ଗରେ ୨୭.୫ ପ୍ରତିଶତ, କେରଳ ୨୬.୨୦ ପ୍ରତିଶତ, ଉତ୍ତର ପ୍ରଦେଶ ୧୯.୩୦ ପ୍ରତିଶତ ଓ ବିହାରରେ ୧୮ ପ୍ରତିଶତ ରହିଛି। ଯାଚିକାରେ କୁହାଯାଇଛି ଯେ ଏହି ସବୁ ରାଜୟରେ ମୁସଲିମ ବାସ୍ତବରେ ବହୁସଂଖ୍ୟକ ହେବା ପରେ ବି ଅଳ୍ପସଂଖ୍ୟକର ମାନ୍ୟତା ପାଇଛନ୍ତି ଓ ତଦନୁସାରେ ସରକାରୀ ଯୋଜନାର ଲାଭ ପାଉଛନ୍ତି। କିନ୍ତୁ ଯେଉଁସବୁ ରାଜ୍ୟରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛି, ସେମାନଙ୍କୁ ଏହାର ଲାଭ ମିଳି ପାରୁନାହିଁ। 

  • Tags:

Subscribe

National International State Sports Entertainment