ମସୁଦ ଅଜହରକୁ ଝଟକା, ଜୈଶ-ଏ-ମହମ୍ମଦର ସମ୍ପତି ଜବତ କରିବ ଫ୍ରାନ୍ସ
Khabar Odisha:national-odisha-France-Decided-To-Freeze-French-Assets-Of-Jaish-E-Mohammed-Chief-Masood-Azhar
ନୂଆଦିଲ୍ଲୀ ,ମାର୍ଚ୍ଚ ୧୫(ଖବର ଓଡିଶା) :

ଫ୍ରାନ୍ସ ସରକାର ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମସୁଦ ଅଜହରକୁର ଆତଙ୍କୀ ସଂଗଠନ ବିରୋଧରେ ବଡ ନିଷ୍ପତ୍ତି ନେଇଛି ଫ୍ରାନ୍ସ । ଫ୍ରାନ୍ସ ସରକାର ଜୈଶର ସବୁ ସମ୍ପତିକୁ ଜବତ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଫ୍ରାନ୍ସ ସରକାର ପକ୍ଷରୁ କୁହାଯାଇଛି ଯେ ଅଜହର ନାଁକୁ ୟୁରୋପିଅନ ୟୁନିୟନର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚୀରେ ସାମିଲ କରିବାକୁ ପ୍ରୟାସ ଜାରି ରଖିବ ।  ଆଜହରର ସଂପତିକୁ ଜବତ କରିବା ଫ୍ରନ୍ସର ନିଷ୍ପତ୍ତି ଏପରି ଏକ ସମୟ ଆସିଛି ଯେତେବେଳେ ବୁଧବାର ଆଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ମମଲାରେ ଚୀନ ନିଜର ବିଟୋ ପାୱାର ବ୍ୟବହାର କରି ଏହାର ବାଧକ ସାଜିଥିଲା । 

ଜାତିସଂଘ ସରୁକ୍ଷା କମିଟି ପରିଷଦର 1267 ଧାରାରେ ଅଲକାଇଦା ପ୍ରତିବନ୍ଧ ସମିତି ଅନୁସାରେ ଆଜହର ନାଁକୁ ସାମିଲ କରିବା ପାଇଁ ଫ୍ରନ୍ସ , ବ୍ରିଟେନ, ଆମେରିକା ଦ୍ୱାରା 27 ଫେବ୍ରୁଆରୀରେ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ପୁଲୱାମା ଆକ୍ରମଣରେ ଜୈଶ-ଏ-ମହମ୍ମଦର ଅକ୍ରମଣରେ 40 ଜଣ ସିଆରପିଏଫ ଜବାନ ସହିଦ ହୋଇଥିଲେ । 

Subscribe

National International State Sports Entertainment