ବିଦେଶୀ ଚାନ୍ଦା ନେଉଥିବା ୩୦୨ଟି ଏନଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମାନ୍ୟତା ରଦ୍ଦ କଲେ ସରକାର
Khabar Odisha:national-odisha---302-NGO-Licence-Cancelled
ନୂଆଦିଲ୍ଲୀ, ଫେବ୍ରୁଆରୀ୧୧(ଖବର ଓଡିଶା)

 କେନ୍ଦ୍ର ସରକାରଙ୍କ ନିୟମର ଅବମାନନା କରି ବିଦେଶରୁ ଭାରି ମାତ୍ରାରେ ଚାନ୍ଦା ନେଉଥିବା ଏନଜିଓ ବା ବେସରକାରୀ ସଂଗଠନ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଡାରରେ ରହିଛି । ଏହି ଏନଜିଓ ଉତ୍ତର ପୂର୍ବ ଭାରତରେ ସକ୍ରିୟ ରହିଛି । ତଦନ୍ତକାରୀ ସଂସ୍ଥା ଗୁଡିକ ସନ୍ଦେହ କରୁଛନ୍ତି ଯେ ସଂଗଠନ ଗୁଡିକ କଥିତ ରୁପରେ ଅନ୍ୟ ଦେଶରୁ ଟଙ୍କା ନେଇ ଦେଶ ବିରୋଧୀ କାମରେ ବ୍ୟବହାର କରୁଛନ୍ତି । ସରକାରଙ୍କ ଚେତାବାନୀକୁ ଅଣଦେଖା କରି ଚାନ୍ଦା ନେଉଥିବା ୭୨ଟି ଏନଜିଓକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାଛଡା ୩୦୨ଟି ବେସରକାରୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ସେହି ଗୁଡିକର ମାନ୍ୟତାକୁ ରଦ୍ଦ କରିଦିଆଯାଇଛି । ଅନେକ ଏନଜିଓ ବିରୋଧରେ ସରକାର ଆର୍ଥିତ ତଦନ୍ତ ପାଇଁ କମିଟି ଗଠନ କରାଯାଇନ୍ତି । 

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେବ ଏନଜିଓ ଗୁଡିକ ବିଦେଶରୁ ଟଙ୍କା ନେଉଛନ୍ତି , ଏବଂ କଥିତ ରୁପରେ ତାର ଅପବ୍ୟବହାର କରୁଛନ୍ତି । ତଦନ୍ତରୁ ସାମ୍ନାକୁ ଆସିଥିଲା ଯେ କିଛି ଏନଜିଓକୁ ମିଳୁଥିବା ବିଦେଶୀ ଟଙ୍କା ରାଷ୍ଟ୍ର ବିରୋଧୀ କାମରେ ବ୍ୟବହାର କରାଯାଉଛି । ଏପରି ଅନେକ ମାମଲା ଜମ୍ମୁ ଓ କାଶ୍ମୀରରେ ନଜରକୁ ଆସିଥିଲା । 

ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ମଧ୍ୟ ଏପରି ଏନଜିଓ ଦେଖାଦେଇଛି ଯେଉଁମାନଙ୍କ ସମ୍ପର୍କ ସିଧା ବେଆଇନ କାର୍ଯ୍ୟା କରୁଥିବା ସଂଗଠନ ସହ ରହିଛି । ଏହି ସବୁକୁ ନଜରରେ ରଖି କେନ୍ଦ୍ର ସରକାର ବିଦେଶୀ ଅଭିଦାୟ ବିନିମୟ ଅଧିନିୟମ ୨୦୧୧ ଧାର ୧୭(୧) ଅନ୍ତର୍ଗତ ସବୁ ସଂଗଠନ ଏବଂ ବେସରକାରୀ ସଂଗଠନ ଯେଉଁମାନେ ଏଫସିଆରଆର ୨୦୧୦ ଅଧିନରେ ପଞ୍ଜିକୃତ ହୋଇଛନ୍ତି ଆବା ତାଙ୍କୁ ଏହି ଅଧିନିୟମରେ ବିଦେଶୀ ଚାନ୍ଦା ନେବାକୁ ଅନୁମତି ପ୍ରଦାନ କରାଯାଇଛି । 

ଗୁଇନ୍ଦା ବିଭାଗର ସତର୍କ ମଧ୍ୟ ଏପରି କିଛି ଥିଲା କି ସାମାଜିକ ଏବଂ ଶିକ୍ଷାଗତ ସଂଗଠନ ଆଡୁଆଲରେ ଏନଜିଓ ଗୁଡିକ ବିଦେଶୀ ଚାନ୍ଦାର ଅପ ବ୍ୟବହାର କରୁଛନ୍ତି । ଏହା ପରେ ସରକାର ଯେବେ ଏହି ସଂଗଠନ ଗୁଡିକୁ ତଥ୍ୟ ମାଗିଲେ ତେବେ ଅନେକ ସଂଗଠନ ସନ୍ଦେହର ଘେରକୁ ଆସିଥିଲେ ।

ଆସାମରେ ୬୪, ମଣିପୁରରେ ୧୫୪, ନାଗାଲାଣ୍ଡରେ ୩୩, ତ୍ରିପରାରେ ୦୭, ମେଘାଳୟରେ ୨୧, ମିଜୋରାମରେ ୧୨, ଏବଂ ଅରୁଣାଚଳ ପ୍ରଦେଶରେ ୧୧ଟି ଏନଜିଓର ମାନ୍ୟତା ରଦ୍ଦ କରାଯାଇଛି ।  

Subscribe

National International State Sports Entertainment