ନେପାଳ ଫେରାର ହୋଇଗଲେ କମଲେଶଙ୍କ ହତ୍ୟାକାରୀ, ଧରିବାକୁ ପୁରସ୍କାର ରାଶି ଘୋଷଣା
Khabar Odisha:kamlesh-tiwari-killers-have-fled-to-nepal
ଉତ୍ତର ପ୍ରଦେଶ, ଅକ୍ଟୋବର ୨୧ (ଖବର ଓଡ଼ିଶା):

ହିନ୍ଦୁ ସମାଜ ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଢ଼ାଉ ଜାରି ରଖିଛି । ଉତ୍ତର ପ୍ରଦେଶରେ ଶାହଜହାଁପୁରରେ ଖୋଳତାଡ଼ ଚାଲୁଛି । କିନ୍ତୁ ସୁରଟରେ ରହୁଥିବା ଦୁଇ ହତ୍ୟାକାରୀ ଫରୀଦ ଓରଫ ମୋଇନ ଖାନ ଏବଂ ଅଶଫାକ ଖାନ ଓରଫ ଏହା ମଧ୍ୟରେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଦେଶ ଛାଡ଼ି ନେପାଳ ଅଭିମୁଖେ ପଳାଇ ଯାଇଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି । ସେମାନଙ୍କୁ ଧରିବାକୁ ଅଢ଼େଇ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । 

ଉତ୍ତର ପ୍ରଦେଶ ପୋଲିସ ଡିଜି ଓପି ସିଂହଙ୍କ ସୂଚନା ଦେଇଛନ୍ତି ଯେ ସୁରଟରେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଲକ୍ଷ୍ନୌ ଅଣାଯାଉଛି । ବିଜନୌରର ଦୁଇ ମୌଲାନାକୁ ମଧ୍ୟ ହେପାଜତରେ ନିଆଯାଇଛି । ସେମାନଙ୍କୁ ଜେରା ଜାରି ରହିଛି । ଛୋଟରୁ ଅତି ଛୋଟ ତଥ୍ୟକୁ ତନଖି କରାଯାଉଛି ବୋଲି ଡିଜିପି କହିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବାବେଳେ ଦୁଇ ଅଭିଯୁକ୍ତ ମୋଇନ ଏବଂ ଅଶଫାକ ଫେରାର ହୋଇଯାଇଛନ୍ତି । ସେମାନେ ନେପାଳ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଧରିବାକୁ ଅଢ଼େଇ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏ ନେଇ ଡିଜିପି ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଘଟଣାର ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ଡିଜିପି କହିଛନ୍ତି । 

ଅନ୍ୟପକ୍ଷରେ ଗତକାଲି କମଲେଶଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ତାଙ୍କ ପତ୍ନୀ କିରଣ ଦାବି କରିଛନ୍ତି । କମଲେଶଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ସହ ପରିବାରକୁ ନ୍ୟାୟ ମିଳିବ ବୋଲି ଯୋଗୀ ଆଶ୍ୱାସନା ଦେଇଛନ୍ତି । 

Subscribe

National International State Sports Entertainment